fbpx

ହିରାକୁଦ ଡ୍ୟାମରେ ପୁଣି ଖୋଲାଯିବ ୫ଟି ଗେଟ୍: ସୂଚନା ଜାରି କଲେ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାସ ୨୩ ତାରିଖରେ ହୀରାକୁଦ ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ା ଯାଇଥିଲା । ଏନେଇ ଜୁଲାଇ ୨୦ ତାରିଖରେ ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜନସାଧାରଣଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା । ପୂଜାର୍ଚ୍ଚନା କରାଯାଇ ୫ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ଛଡ଼ା ଯାଇଥିଲା । ୭ ନମ୍ବର ଗେଟ୍ ଦେଇ ପ୍ରଥମେ ବନ୍ୟା ଜଳ ଛଡ଼ାଯାଇଥିଲା ଓ ଏହାପରେ ୨୪ ତାରିଖରେ ପୁଣି ଆଉ ୩ଟି ଗେଟ୍ ଖୋଲା ଯାଇଥିଲା ।

ତେବେ ହୀରାକୁଦରେ ବନ୍ୟା ଜଳ ଛଡ଼ାଯିବା ଫଲରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା । ମୁଣ୍ଡଳୀରେ ୭ ଲକ୍ଷରୁ ଅଧିକ ଜଳ ପ୍ରବାହିତ ହୋଇଥିଲା । ଫଳରେ ଏହାକୁ ନେଇ ଲୋକମାନେ ଆତଙ୍କିତ ହୋଇ ପଡ଼ିଥିଲେ । ତେବେ ଏହା ମଧ୍ୟରେ ଆସିଛି ପୁଣି ଏକ ବଡ଼ ଖବର । ହୀରାକୁଦରେ ଏବେ ଦୁଇଟି ଗେଟ୍ ଖୋଲା ଯାଇଥିବା ବେଳେ ଆଉ ୫ଟି ଗେଟ୍ ଖୋଲାଯିବ । ଏଭଳି ଭାବେ ମୋଟ ୭ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେବ ।

ହୀରାକୁଦ ନଦୀବନ୍ଧରେ ଆଉ ୫ଟି ଗେଟ୍ ଖୋଲାଯିବା ନେଇ ସୂଚନା ଜାରି କରିଛନ୍ତି ଜଳ ସମ୍ପର୍କ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଚଳିତ ବର୍ଷର ବନ୍ୟାରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ଦିନ ୨ଟା ବେଳେ ପ୍ରଥମ ପର୍ଯ୍ୟାୟରେ ଆଉ ୫ଟି ଗେଟ୍ ଖୋଲିବ । ମୋଟ ୭ଟି ଗେଟ୍ ଦେଇ ହିରାକୁଦରୁ ବନ୍ୟାଜଳ ନିଷ୍କାସିତ ହେବ । ଗେଟ୍ ଖୋଲାଯିବା ପରେ ମୁଣ୍ଡଳିରେ ୪ ଲକ୍ଷ କ୍ୟୁସେକ ଜଳ ପାସ କରିବ ବୋଲି ଏକ ପ୍ରେସମିଟରେ ଯନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.