fbpx

ଓଡ଼ିଶା ଆସିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ : ଉଦଘାଟନ କରିବେ ଦୁଇଟି ଜାତୀୟ ରାଜପଥ

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଜଧାନୀରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରେ ବିଜେପି ନେତା ଓ କର୍ମଚାରୀଙ୍କର ଭିଡ ଜମିଥିଲା ।

ଶନିବାର ଲୋକସଭା ଭବନ ଯାଇ ଦିନ ୧୧ଟା ସମୟରେ ଭର୍ଚ୍ଚୁଆଲ ମାଧ୍ୟମରେ ୨ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଏନଏଚଏଆଇର ବରିଷ୍ଠ ଅଧିକାରୀମାନେ ଯୋଗଦେବେ । ଏହାପରେ ମଧ୍ୟାହ୍ନ ୧୨ଟାରୁ ୧୨.୩୦ ପର୍ଯ୍ୟନ୍ତ ଲୋକସଭା ଭବନରେ ନକ୍ସଲ ଦମନର ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଉପରେ ଏକ ସମୀକ୍ଷା ବୈଠକ କରିବେ ।

ପରବର୍ତ୍ତୀ ସମୟରେ ସେ ଅପରାହ୍ନ୨ଟାରୁ ୫ଟା ପର୍ଯ୍ୟନ୍ତଦଳୀୟ କର୍ମମର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ରୁଦ୍ଧ ଦ୍ୱାରା ବୈଠକ କରିବେ । ଶାହାଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ବିଜେପି କ୍ୟାମ୍ପ ଉତ୍ସାହ ଥିବା ବେଳେ ରାଜ୍ୟ ବିଜେପିରସଭାପତି କହିଛନ୍ତି ରାଜ୍ୟ ପଦାଧିକାରୀ ଏବଂ କୋର କମିଟି ବୈଠକ ହେବ ।

Get real time updates directly on you device, subscribe now.