fbpx
BSKY
BJD YOUTH SKY
BJD MS SKY

ବନ୍ଧା ହେଲା କ୍ରିପ୍ଟୋ ମାଷ୍ଟରମାଇଣ୍ଡ: ସଂସ୍ଥା ମୁଖ୍ୟ ଗୁରତେଜ୍ ସିଂ ସିନ୍ଧୁ ଓ ଓଡ଼ିଶା ମୁଖ୍ୟଙ୍କୁ ଗିରିଫ କଲା EOW

ଭୁବନେଶ୍ଵର : STA କ୍ରିପ୍ଟୋ ଟୋକନ ନାଁରେ କାରବାର କରୁଥିବା ସଂସ୍ଥାର ମୁଖ୍ୟ ଗିରଫ ହୋଇଥିବା ସୂଚନା ମିଳିଛି । STAର ଭାରତ ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁ ଏବଂ ଓଡ଼ିଶା ମୁଖ୍ୟ ନିରୋଦ ଦାସଙ୍କୁ ଗିରଫ କରାଯାଇଛି। ଡିଏସପି ସସ୍ମିତା ସାହୁଙ୍କ ନେତୃତ୍ଵରେ ଗୁରୁତେଜଙ୍କୁ ରାଜସ୍ଥାନ ଶ୍ରୀ ଗଙ୍ଗନଗରରୁ ଗିରଫ କରାଯାଇଛି।

ସେ ଫରିଦକୋଟର ମୂଳ ବାସିନ୍ଦା। ଶ୍ରୀ ଗଙ୍ଗନଗରର ସ୍ଥାନୀୟ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ୭ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ଗୁରୁତେଜ ବାରମ୍ବାର ନିଜର ଲୋକେସନ୍ ପରିବର୍ତ୍ତନ କରୁଥିଲା। ଗୋଆ, ଲୁନାବଲା, ମୁମ୍ଵାଇ, ଦିଲ୍ଲୀ, ଫରିଦକୋଟ, ଭଟିଣ୍ଡା, ହନୁମାନଗଡ଼ ଏବଂ ଶ୍ରୀ ଗଙ୍ଗନଗର ଭଳି ସ୍ଥାନରେ ସେ ବାରମ୍ବାର ଲୋକେସନ ପରିବର୍ତ୍ତନ କରୁଥିଲା।

ସେହିପରି ଏସଟିଏର ଓଡ଼ିଶା ମୁଖ୍ୟ ନିରୋଦ ଦାସଙ୍କୁ ଭଦ୍ରକରୁ ଗିରଫ କରାଯାଇଛି। ଓଡ଼ିଶାର ଭଦ୍ରକ, ବାଲେଶ୍ଵର, ଭୁବନେଶ୍ଵର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, ଏବଂ କେନ୍ଦୁଝର ଜିଲ୍ଲାରେ ଏହି ସ୍କାମ ବହୁଳ ଭାବରେ ଚାଲିଥିଲା। ଲୋକମାନଙ୍କୁ ଏହି ଯୋଜନାରେ ବିପୁଳ ଅର୍ଥ ଉପାର୍ଜନ କରିବା ଲୋଭ ଦେଖାଯାଉଥିଲା। ଓଡ଼ିଶାର ପ୍ରାୟ ୧୦ ହଜାର ଲୋକ ଏହି ଯୋଜନାର ସଦସ୍ୟ ହୋଇସାରିଛନ୍ତି। ଏହି ସ୍କାମରେ ୨ ଲକ୍ଷରୁ ଅଧିକ ସଦସ୍ୟ ଅଛନ୍ତି। ପଞ୍ଜାବ, ରାଜସ୍ଥାନ, ବିହାର, ଝାଡଖଣ୍ଡ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଏବଂ ଆସାମର ବହୁ ଲୋକ ଏହି ସ୍କାମର ଶିକାର ହୋଇଛନ୍ତି।

Get real time updates directly on you device, subscribe now.