fbpx
BSKY SKY
BSKY SKY

ବଢିଲା ମଧୁବାବୁ ପେନସନ୍ ଯୋଜନା ପରିସର, ୧୫ ଅଗଷ୍ଟରେ ପେନସନ୍‌ ପାଇବେ ନୂଆ ହିତାଧିକାରୀ

BSKY

ଭୁବନେଶ୍ୱର: ମଧୁବାବୁ ପେନସନ୍ ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର । ମଧୁବାବୁ ପେନସନ୍ ଯୋଜନା ପରିସର ବୃଦ୍ଧି ହୋଇଥିବା ସୂଚନା ମିଳିଛି। ଏଥିରେ ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀଙ୍କୁ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫଳରେ ହିତାଧିକାରୀଙ୍କ ସଂଖ୍ୟା ୨୮ଲକ୍ଷ ୬୧ହଜାରରୁ ୩୨ଲକ୍ଷ ୭୫ହଜାରକୁ ବୃଦ୍ଧି ପାଇଛି। ଅଗଷ୍ଟ ୧୫ତାରିଖ ଜନସେବା ଦିବସରେ ନୂଆ ହିତାଧିକାରୀ ସେମାନଙ୍କ ପ୍ରଥମ ପେନସନ୍ ପାଇବେ।

ସୂଚନା ଅନୁସାରେ, ଗ୍ରାମପଞ୍ଚାୟତ ହେଡକ୍ବାଟର୍ ଓ ୱାର୍ଡ କାର୍ଯ୍ୟାଳୟରେ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ସେମାନଙ୍କୁ ପେନସନ୍ ଦିଆଯିବ। ହିତାଧିକାରୀଙ୍କୁ ପେନସନ୍ ବଣ୍ଟନ ପାଇଁ ଜିଲାପାଳଙ୍କୁ ପରାମର୍ଶ ଦିଆଯାଇଛି। ବୟସ୍କ, ବିଧବା, ଦିବ୍ୟାଙ୍ଗ, ଅବିବାହିତ ମହିଳା, କୋଭିଡରେ ଅନାଥ ପିଲା, ଏଡସ ରୋଗୀଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ପେନସନ୍ ଦିଆଯାଉଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ବିକାଶମୂଳକ କାମର ସମୀକ୍ଷା କରିବା ସହ ତୃଣମୂଳସ୍ତରରେ ଲୋକଙ୍କ ସମସ୍ୟା ବୁଝୁଛନ୍ତି। ଏହାଦ୍ବାରା ଲୋକଙ୍କ ସମସ୍ୟାର ତ୍ବରିତ ସମାଧାନ ହୋଇପାରୁଛି। ରାଜ୍ୟ ସରକାର ୨୮ଲକ୍ଷ ୬୧ ହଜାର ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମାଜିକ ସୁରକ୍ଷା ପେନସନ୍ ଦେଉଛନ୍ତି ।

Get real time updates directly on you device, subscribe now.