fbpx
BSKY SKY
BSKY SKY

ଧଳା ପିଜୁଳି ଠାରୁ ଅଧିକ ସ୍ୱାସ୍ଥ୍ୟକର ଲାଲ ପିଜୁଳି : ଜାଣନ୍ତୁ ଏହାକୁ ଖାଇବାର ୫ଟି ଫାଇଦା

BSKY

ନୂଆଦିଲ୍ଲୀ : ଫଳ ମଧ୍ୟରେ ପିଜୁଳି ବହୁତ ସ୍ୱାଦିଷ୍ଟ ଅଟେ । ଏହାକୁ ଖାଇବା ଦ୍ୱାରା ଅନେକ ଫାଇଦା ହୋଇଥାଏ । ପ୍ରାୟତଃ ବଜାରରେ ଧଳା ପିଜୁଳି ମିଳିଥାଏ । ପିଜୁଳିକୁ ଲୋକେ କାଟି ସେଥିରେ କଳାଲୁଣ ଏବଂ ଚାଟ ମସଲା ପକାଇ ଖାଇବାକୁ ପସନ୍ଦ କରନ୍ତି । ପିଜୁଳିକୁ ଖାଦ୍ୟ ଖାଇବା ପରେ ସେବନ କରିବା ଉଚିତ । ଏହା ଦ୍ୱାରା ହଜମ ପ୍ରକ୍ରିୟା ଠିକ ଭାବରେ ହୋଇଥାଏ । ପ୍ରାୟତଃ ଲୋକେ ଧଳା ପିଜୁଳି ଖାଆନ୍ତି ଏବଂ ତାହାର ଫାଇଦା ଜାଣିଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଲାଲ ପିଜୁଳି ଖାଇବାର ଫାଇଦା କ’ଣ ରହିଛି ।

ଯଦି ନାହିଁ ତେବେ ଆମେ ଆପଣଙ୍କୁ କହିବୁ ଲାଲ ପିଜୁଳି ଖାଇବାର ଫାଇଦା । ସାଧାରଣତଃ ବର୍ଷା ଦିନରେ ଲାଲ ପିଜୁଳି ବଜାରରେ ମିଳିଥାଏ । ଲାଲ ପିଜୁଳି ଧଳା ପିଜୁଳି ତୁଳନାରେ ଅଧିକ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ ଖାଇବାର ୫ଟି ଫାଇଦା ………

୧. ଲାଲ ପିଜୁଳିରେ ‘ଭିଟାମିନ ସି’ ପ୍ରଚୁର ପରିମାଣରେ ରହିଛି । ଏଥିରେ ଆଣ୍ଟି ଅକ୍ସିଡେଟ ଗୁଣ ଭରପୁର ହୋଇ ରହିଛି । ଡାଇବେଟିସ ଲୋକଙ୍କ ପାଇଁ ଲାଲ ପିଜୁଳି ଅଧିକ ଲାଭଦାୟକ ଅଟେ । ଲାଲ ପିଜୁଳି ଖାଇବା ଦ୍ୱାରା ଶରୀରରେ ଶର୍କରାର ସ୍ତର କମ ହୋଇଥାଏ । ଯାହାଦ୍ୱାରା ଡାଇବେଟିସର ସ୍ତର ନିୟନ୍ତ୍ରଣରେ ରୁହେ ।

୨. ଲାଲ ପିଜୁଳି ଖାଇବା ଦ୍ୱାରା ଶରୀରେ ଲୌହର ଅଭାବ ଦୂର ହୋଇଥାଏ । ପିଜୁଳିରେ ଲୌହର ମାତ୍ରା ଭରପୁର ହୋଇ ରହିଥାଏ । ଏହାକୁ ଖାଇବା ଦ୍ୱାରା ପ୍ରୋଷ୍ଟେଟ କେନସର ହେବାର ବିପଦ କମିଯାଏ । ଏହାକୁ ଖାଇଲେ ଶରୀରରେ ଟ୍ୟୁମର ତିଆରି ହେବାର ପ୍ରକ୍ରିୟାକୁ ଅଟକାଇଥାଏ ।

୩. କୁହାଯାଉଛି ଯେ, ଲାଲ ପିଜୁଳିରେ ଅଧିକ ମାତ୍ରାରେ ପୋଟାସିୟମ ମିଳିଥାଏ । ଏଥିଯୋଗୁଁ ଏହା ରକ୍ତଚାପର ରୋଗୀଙ୍କ ପାଇଁ ବହୁତ ଫାଇଦା ହୋଇଥାଏ ।

୪. ଏଥିରେ ଫାଇବରର ପରିମାଣ ବହୁତ ଥାଏ । ଏହି ଫଳରେ ପାଣିର ମାତ୍ରା ବହୁତ କମ ଥାଏ । ଏହାକୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ । ଲାଲ ପିଜୁଳି ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

୫. ଧଳା ପିଜୁଳି ତୁଳନାରେ ଲାଲ ପିଜୁଳିରେ ଆଣ୍ଟିଅକ୍ସିଡେଣ୍ଟସରେ ଭରପୁର ହୋଇଥାଏ । ଏହାକୁ ଖାଇବା ଦ୍ୱାରା ତ୍ୱଚା ସମ୍ବନ୍ଧିତ ସମସ୍ତ ରୋଗରୁ ମୁକ୍ତି ମିଳିଥାଏ ।

Get real time updates directly on you device, subscribe now.