fbpx

(Video) ODI WC-2023: କେବେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ? ବଦଳିଲା ଦିନିକିଆ ବିଶ୍ୱକପ ସୂଚୀ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ଏଥିପାଇଁ ଆଇସିସି ତରଫରୁ ଜାରି ହୋଇଯାଇଛି ନୂଆ ସୂଚୀ । ଏହି ସୂଚୀରେ ବଦଳି ଯାଇଛି ଭାରତ-ପାକିସ୍ତାନ ହାଇ ଭୋଲ୍ଟେଜ ମ୍ୟାଚ । ଏଣିକି ଅକ୍ଟୋବର ୧୫ ତାରିଖ ନୁହେଁ, ଏକ ଅନ୍ୟ ତାରିଖରେ ମୁହାଁମୁହିଁ ହେବେ ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ଏହାବ୍ୟତୀତ ଅନ୍ୟ କିଛି ମ୍ୟାଚରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ତେବେ ଭାରତ-ପାକିସ୍ତାନ ମ୍ୟାଚ ବ୍ୟତୀତ ବିଶ୍ୱକପର ଆଉ ୮ଟି ମ୍ୟାଚ ତାରିଖ ମଧ୍ୟ ପରିବର୍ତ୍ତନ ହୋଇଛି ।

Rescheduled ICC Men's Cricket World Cup 2023 fixtures

ବିଶ୍ୱକପର ନୂଆ ସୂଚୀ ଅନୁସାରେ, ଅକ୍ଟୋବର ୧୫ ତାରିଖ ବଦଳରେ ୧୪ ତାରିଖରେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଖେଳାଳିମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିସିସିଆଇ ଏବଂ ଆଇସିସି ଏହି ନିଷ୍ପତ୍ତି ନେଇଛନ୍ତି । ଏହିଦିନ ଗୁଜୁରାଟରେ ନବରାତ୍ରୀ କାର୍ଯ୍ୟକ୍ରମ ରହିଥିବାରୁ ଭାରତ-ପାକ୍ ମ୍ୟାଚରେ ପରିବର୍ତ୍ତନ କରାଯାଇଛି । ତେବେ ପୁରୁଣା ସୂଚୀରେ ମୋଟ ୯ଟି ମ୍ୟାଚର ପିରବର୍ତ୍ତନ କରିଛି ବିସିସିଆଇ । ଏହାସହିତ ଭାରତର ନେଦରଲାଣ୍ଡ ବିପକ୍ଷରେ ଶେଷ ଲିଗ୍ ମ୍ୟାଚ ୧୧ ତାରିଖରେ ଖେଳାଯିବାକୁ ଥିବା ବେଳେ ଏହା ନୂଆ ସୂଚୀରେ ୧୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ବେଙ୍ଗଲୁରୁଠାରେ ଏହି ମ୍ୟାଚ ଦିବାରାତ୍ର ଫର୍ମାଟରେ ଖେଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

 

CWC23 Full Fixtures

ଏହାବ୍ୟତୀତ ହାଇଦ୍ରାବାଦରେ ହେବାକୁ ଥିବା ଶ୍ରୀଲଙ୍କା-ପାକିସ୍ତାନ ମ୍ୟାଚର ତାରିଖ ମଧ୍ୟ ପରିବର୍ତ୍ତନ ହୋଇଛି । ଅକ୍ଟୋବର ୧୨ ତାରିଖରେ ଏହି ମ୍ୟାଚ ଖେଳାଯିବାର ସୂଚୀ ଥିବା ବେଳେ ନୂଆ ସୂଚୀରେ ଏହି ମ୍ୟାଚ ପାଇଁ ଅକ୍ଟୋବର ୧୦ ତାରିଖକୁ ଧାର୍ଯ୍ୟ କରାଯାଇଛି । ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ ୧୩ ତାରିଖ ପରିବର୍ତ୍ତେ ଅକ୍ଟୋବର ୧୨ ତାରିଖରେ ଖେଳାଯିବ । ସେହିପରି ବାଂଲାଦେଶ-ନ୍ୟୁଜିଲାଣ୍ଡ ମ୍ୟାଚ ମଧ୍ୟ ୧୪ ତାରିଖରୁ ୧୩ ତାରିଖକୁ ପରିବର୍ତ୍ତନ କରାଯାଇଛି । ଦିବାରାତ୍ର ମ୍ୟାଚ ଭାବରେ ଚେନ୍ନାଇରେ ଏହି ମ୍ୟାଚ ଖେଳାଯିବ । ଏହାସହିତ ଇଂଲର୍ଡ-ବାଂଲାଦେଶ ମ୍ୟାଚରେ ସମୟ ପରିବର୍ତ୍ତନ କରାଯାଇଛି । ଲିଗ୍ ଷ୍ଟେଜର ଷେଷ ପର୍ଯ୍ୟାୟରେ ନଭେମ୍ବର ୧୨ ତାରିଖରେ ହେବାକୁ ଥିବା ଡବଲ-ହେଡର ଗେମ୍ ଗୋଟିଏ ଦିନ ପୂର୍ବରୁ ଅନୁଷ୍ଠିତ ହେବ । ପୁଣେଠାରେ ଅଷ୍ଟ୍ରେଲିଆ-ବାଂଲାଦେଶ ଏବଂ କୋଲକାତାର ଇଡେନ ଗାର୍ଡେନ୍ସରେ ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ଏହି ଦିନ ମ୍ୟାଚ ଖେଳାଯିବ ।

Get real time updates directly on you device, subscribe now.