fbpx

ବିଭ୍ରାନ୍ତି ସୃଷ୍ଟି କରବା ପାଇଁ ଅନସ୍ଥା ପ୍ରସ୍ତାବ ଆଣାଯାଇଛି: ଅମିତ ଶାହା

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବିରୋଧରେ ଆସିଥିବା ଅନସ୍ତା ପ୍ରସ୍ତାବ ଉପରେ ସଂସଦରେ ବୁଧବାର ମଧ୍ୟ ଆଲୋଚନା ଜାରି ରହିଛି । ଏଥିରେ ଅଂଶଗ୍ରହଣ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିରୋଧୀଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲେ। ଏଥିରେ ସେ କହିଛନ୍ତି ଯେ, ବିରୋଧୀମାନେ ଏହି ପ୍ରସ୍ତାବ ଆଣି ଲୋକମାନଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିବାକୁ ଚାହୁଛନ୍ତି । ଯେତେବେଳେ କି ସେମାନେ ଏହା ଜଣିଛନ୍ତି ସେମାନଙ୍କ ପାଖରେ ବହୁମତ ସାବ୍ୟସ୍ତ କରିବାକୁ ଶକ୍ତି ନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଗରିବ ମାନଙ୍କୁ ଏକ ନୂଆ ଆଶା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଉପରେ ପୂରା ଦେଶର ଜନତାଙ୍କ ଭରଷା ରହିଛି । ଏହା ଏକ ରାଜନୈତିକ ଉଦେଶ୍ୟରେ ଆଗତ କରାଯାଇଛି, ଯାହାଦ୍ୱାରା ଲୋକମାନଙ୍କ ମଧ୍ୟରେ କେବଳ ବିଭ୍ରାନ୍ତି ସୃଷ୍ଟି କରିହେବ । କ୍ଷମତା ଲୋଭରେ କଂଗ୍ରେସ ଏହି ଅନସ୍ତା ପ୍ରସ୍ତାବ ଆଣିଛି ବୋଲି ଅମିତ ଶାହା କହିଛନ୍ତି ।

ଏହା ସହିତ ସେ କହିଛନ୍ତି ଯେ, ଦେଶ ସ୍ୱାଧୀନ ହେବା ପରେ ପ୍ରଧାନମନ୍ତ୍ରୀ ଦେଶର ସବୁଠୁ ଲୋକପ୍ରୀୟ ଏବଂ ଭରଷାଯୋଗ୍ୟ ପ୍ରଧାନମନ୍ତ୍ରୀ ଅଟନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଲୋକମାନଙ୍କ ପାଇଁ ରାତି ଦିନ ୧୭ ଘଣ୍ଟା କାମ କରୁଛନ୍ତି । ଯାହାଦ୍ୱାରା ସେ ଆଜି ଲୋକମାନଙ୍କର ବିଶ୍ୱାସ ଭାଜନ ହୋଇପାରିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ଆଣି ବିରୋଧୀମାନେ ସେମାନଙ୍କର ପ୍ରକୃତ ଚରିତ୍ରକୁ ପ୍ରଦର୍ଶନ କରୁଛନ୍ତି । ମଙ୍ଗଳବାର ଲୋକସଭାରେ ଅନସ୍ତା ପ୍ରସ୍ତାବ ଆଗତ ପରେ କଂଗ୍ରେସ ସାଂସଦ ଆଲୋଚନା ଆରମ୍ଭ କରିଥିଲେ । ଏହି ସମୟରେ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ମୌନ ବ୍ରତ ଭାଙ୍ଗିବାକୁ ଏହି ଅନସ୍ତା ପ୍ରସ୍ତାବ ଆଗତ କରିଛନ୍ତି ।

Get real time updates directly on you device, subscribe now.