fbpx

Video: ଶେଷରେ ସାମ୍‌ନାକୁ ଆସିଲା ସତ.. ଦୀପିକାଙ୍କ ପିଲାର ଅସଲ ବାପା କିଏ, ଜଣାଇଦେଲା DNA ରିପୋର୍ଟ

AAKASH

ବ୍ରହ୍ମପୁର: ଆସିଲା ଦୀପିକା-ଦିନେଶଙ୍କ DNA ରିପୋର୍ଟ। ରିପୋର୍ଟରେ ଜଣାପଡିଗଲା ସତ। ଦିନେଶ ଓ ଦୀପିକା ହିଁ ପିଲାର ବାପା ମା। ଗତ କିଛି ମାସ ତଳେ ବ୍ରହ୍ମପୁର ବଡବଜାର ଦେଶୀବେହେରା ସାହିରେ ନିଜ ପୁଅର ପିତୃତ୍ୱ ଦାବି କରି ଦିନେଶ ନାମକ ଯୁବକ ଘର ଆଗରେ ଧାରଣା ଦେଇଥିଲେ ଦୀପିକା । ଦିନେଶ ସହ ତାଙ୍କ ପ୍ରେମ ସମ୍ପର୍କ ଥିଲା। ଏବଂ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ସେମାନଙ୍କର ଏକ ପୁଅ ଜନ୍ମ ହୋଇଥିଲା ବୋଲି ଦୀପିକା ଦାବି କରିଥିଲେ। ଆଉ ଯେଉଁଥି ପାଇଁ ସେ ଦୀର୍ଘ ଦିନ ଧରି ଦିନେଶଙ୍କ ଘର ଆଗରେ ବସି ଧାରଣା ମଧ୍ୟ ଦେଇଥିଲେ।

ତେବେ ଏହି କଥାକୁ ଦିନେଶ ଓ ତାଙ୍କ ପରିବାର ଅସ୍ୱିକାର କରି ଆସୁଥିଲେ । ଏହାରି ଭିତରେ ଗତକାଲି ଠାରୁ ଦୀପିକା ପୁଣି ଥରେ ଆସି ଦିନେଶଙ୍କ ଦାଣ୍ଡରେ ବସିଥିବା ବେଳେ ଆଜି ତାଙ୍କ ଡିଏନଏ ରିପୋର୍ଟ ଆସିଛି । ଆଉ ଏହି ରିପୋର୍ଟରୁ ସ୍‌ପଷ୍ଟ ହୋଇଛି ଯେ ଦିନେଶ ହିଁ ଦୀପିକାଙ୍କ ପିଲାର ବାପା । ୨୦୨୧ରେ ହୋଇଥିବା ମାମଲା ଆଧାରରେ ରାଜ୍ୟ ଫରେନ୍‌ସିକ୍ ଲାବରେଟୋରୀ ଏହି ରିପୋର୍ଟ ଦେଇଛି । ଆଉ ଏହାର ସାର୍ଟିଫାଏଡ୍ କପି ଥାନାରୁ ଆଣିଛନ୍ତି ଦିନେଶଙ୍କ ଘର ଆଗରେ ବସିଥିବା ଦୀପିକା । ଆଉ ଏ ସମ୍ପର୍କରେ ସେ କଣ କହୁଛନ୍ତି ଆସନ୍ତୁ ଦେଖିନେବା । ତେବେ ଦୀପିକାଙ୍କ ପିଲାର ବାପା ଦିନେଶ ବୋଲି ଡିଏନଏ ରିପୋର୍ଟ ସ୍ପଷ୍ଟ କରିଥିବା ବେଳେ ଦୀପିକା ଓ ତାଙ୍କ ପିଲାକୁ ତାଙ୍କ ଅଧିକାର କେବେ ମିଳୁଛି ତାକୁ ରହିଛି ଅପେକ୍ଷା।

Get real time updates directly on you device, subscribe now.