fbpx

୪ଟି ବ୍ୟାଙ୍କ ଉପରେ RBIର କାର୍ଯ୍ୟାନୁଷ୍ଠାନ: ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ

ନୂଆଦିଲ୍ଲୀ: ନିୟମ ଉଲ୍ଲଂଘନ କାରଣରୁ ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କିଛି ବ୍ୟାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ତେବେ ନିକଟରେ ଆରବିଆଇ ୪ଟି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିଛି । ସେହି ବ୍ୟାଙ୍କଗୁଡ଼ିକ ମଧ୍ୟରେ ୩ଟି ମହାରାଷ୍ଟ୍ରର ହୋଇଥିବା ବେଳେ ଗୋଟିଏ ବିହାରର ଅଟେ । ଏହି ବ୍ୟାଙ୍କଗୁଡ଼ିକ ଆରବିଆଇର ନିୟମ ପାଳନ କରିବାରେ ବିଫଳ ହୋଇଥିଲେ ।

ସୂଚନା ମୁତାବକ, ତାପିନ୍ଦୁ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ, ଇସଲାମପୁର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ, ମହାବଲେଶ୍ୱର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ ଓ ମଙ୍ଗଲ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ ପରି ୪ଟି ବ୍ୟାଙ୍କ ଉପରେ ଆରବିଆଇ ଜରିମାନା ଲାଗୁ କରିଛି । ଆରବିଆଇର ନିୟମ ପାଳନ କରିନଥିବାରୁ ପାଟନା ସ୍ଥିତ ତାପିନ୍ଦୁ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି ।

ସେହିପରି ମହାରାଷ୍ଟ୍ରର ଇସଲାମପୁର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ ଉପରେ ବ୍ୟାଙ୍କିଂ ବିନିମୟ ଅଧିନିୟମ, ୧୯୪୯ର ପ୍ରାବଧାନ ଓ କେୱାଇସି ଡାଇରେକ୍ସନ, ୨୦୧୬ର ଉଲ୍ଲଂଘନ ଅଭିଯୋଗ ହୋଇଥିଲା । ତେଣୁ ଏହି ବ୍ୟାଙ୍କ ଉପରେ ଆରବିଆଇ ୨ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛି । କିଛି ପ୍ରାବଧାନ, ବ୍ୟାଙ୍କିଂ ବିନିମୟ ଆକ୍ଟ, ୧୯୪୯, ଏସଏଏଫ ଅନୁସାରେ ମହାରାଷ୍ଟ୍ରର ମହାବଲେଶ୍ୱର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଉପରେ ୨ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଥିଲା । ଏହାସହିତ ମୁମ୍ବାଇ ସ୍ଥିତ ମଙ୍ଗଲ ସହକାରୀ ବ୍ୟାଙ୍କ ଲିମିଟେଡ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ତେବେ ଆରବିଆଇ ପକ୍ଷରୁ ଲାଗୁ ହୋଇଥିବା ଜରିମାନାର ପ୍ରଭାବ ବ୍ୟାଙ୍କ ଉପରେ ପଡ଼ିବ, ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ ।

Get real time updates directly on you device, subscribe now.