fbpx

ରାସ୍ତା ପାର ହେଉଥିବା ବେଳେ ବାଘୁଣୀକୁ ପିଟିଦେଲା କାର୍, ଛଟପଟ ହୋଇ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଗୋନ୍ଦିଆ-କୋହମାରା ହାଇୱେ ନିକଟସ୍ଥ ମୁରଡୋଲୀ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତ୍ରୀରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ସଡକ ପାର କରୁଥିବା ଏକ ବାଘୁଣୀକୁ ପିଟି ଦେବାରୁ ତାହାର ମୃତ୍ୟୁ ଘଟିଛି । ତେବେ ଏହି ଦୁର୍ଘଟଣାରେ ଗମ୍ଭୀର ଭାବରେ ଆହତ ହୋଇଥିବା ବାଘୁଣୀ ଆଜି ସକାଳେ ମୃତ୍ୟୁବରର କରିଛି । ଏହି ଘଟଣା ପରେ ସଡକ ଉପରେ କାର୍ ସହ ଘୋଷାଡି ହୋଇ ଯାଇଥିବା ବାଘୁଣୀର ଫଟୋ ଏବେ ସାମ୍ନାକୁ ଆସିଛି । ବାଘୁଣୀର ବୟସ ୨ ବର୍ଷ ଥିଲା ଓ ସେ ନାଗାଝିରା ଅଭୟାରଣ୍ୟରେ ରହୁଥିଲା । ବାଘୁଣୀ ଟି ୧୪ ଏହି ବାଘୁଣୀକୁ ଜନ୍ମ ଦେଇଥିଲା ।

ଗୋନ୍ଦିଆ କୋହମାରା ହାଇୱେର ମୁରଦୋଲି ଅଞ୍ଚଳ ଦେଇ ଜଙ୍ଗଲକୁ ରାସ୍ତା ପଡିଛି । ଗୁରୁବାର ରାତିରେ ଏକ କ୍ରେଟା କାର୍ ରାସ୍ତା ଦେଇ ଯାଉଥିଲା । ଦ୍ରୁତ ଗତିରେ ଯାଉଥିବା କାର୍ ସାମ୍ନାକୁ ବାଘୁଣୀଟି ଆସିଯାଇଥିଲା ଓ କାରରେ ପିଟି ହୋଇ ବାଘୁଣୀ ଦୂୂରକୁ ଛିଟିକି ପଡିଥିଲା । ବହୁ ସମୟ ସଡକ ଉପରେ ପଡିି ରହିବା ପରେ ବାଘୁଣୀ ଉଠିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉଠି ପାରି ନ ଥିଲା । ପରେ ବହୁ କଷ୍ଟରେ ସେ ଉଠି ସଡକ କଡରେ ଥିବା ଏକ ବୁଦାଳିଆ ସ୍ଥାନକୁ ଚାଲି ଯାଇଥିଲା । ଆଜି ସକାଳେ ବାଘୁଣୀର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସମୟରେ ବାଘୁଣୀଟି ବେହୋସ ହୋଇଯାଇଥିଲା । ତାର ଚିକିତ୍ସା ଲାଗି ନାଗପୁର ନିଆଯାଉଥିବା ବେଳେ ତାର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.