fbpx

ରେଳ ଷ୍ଟେସନରେ ମିଳିବ ଶସ୍ତାରେ ଗୁଣବତ୍ତାବିଶିଷ୍ଟ ଔଷଧ, ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟର ୫୦ ରେଳ ଷ୍ଟେସନକୁ ଏଥିପାଇଁ କରାଯାଇଛି ଚୟନ

ନୂଆଦିଲ୍ଲୀ:କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସାଧାରଣ ଜନତାଙ୍କୁ ଶସ୍ତାରେ ଗୁଣବତ୍ତା ବିଶିଷ୍ଟ ଜେନେରିକ୍ ମେଡିସିନ୍ ଉପଲବ୍ଧ କରାଇବା ଲାଗି ଦେଶର ଗଳି ଗଳି ଜନ ଔଷଧି କେନ୍ଦ୍ର ଖୋଲିଥିବା ବେଳେ ଏବେ ରେଳ ଷ୍ଟେସନରେ ମଧ୍ୟ ଏହା ଖୋଲିବାକୁ ଯାଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟର ୫୦ ରେଳ ଷ୍ଟେସନକୁ ଏଥିପାଇଁ ବଛା ଯାଇଛି । ଏହାପରେ ଦେଶର ସମସ୍ତ ବଡ ତଥା ପ୍ରମୁଖ ରେଳ ଷ୍ଟେସନରେ ଜନ ଔଷଧି କେନ୍ଦ୍ର ଖୋଲାଯିବ ।

ଏହି ଜନ ଔଷଧି କେନ୍ଦ୍ରରେ ରେଳଯାତ୍ରୀଙ୍କ ସହିତ ସାଧାରଣ ନାଗରିକ ମଧ୍ୟ ଶସ୍ତାରେ ମେଡିସିନ୍ କିଣିପାରିବେ । ଏହା ସହିତ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ବଡମାତ୍ରାରେ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି ହେବ । ରେଲୱେ ବୋର୍ଡ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଜରିଆରେ ରେଳ ଷ୍ଟେସନରେ ଔଷଧ କେନ୍ଦ୍ର ଖୋଲାଯିବା ସମ୍ବନ୍ଧୀୟ ନୀତି ଲାଗୁ କରି ଦେଇଛନ୍ତି ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ରେଳ ଷ୍ଟେସନ ପରିସରରେ ଏହି ଜନ ଔଷଧି କେନ୍ଦ୍ର ଏପରି ସ୍ଥାନରେ ଖୋଲାଯିବ ଯେଉଁଠି ରେଳଯାତ୍ରୀଙ୍କ ସହିତ ସାଧାରଣ ଜନତାଙ୍କ ଚଳାଚଳ ରହିଥିବ । ଦେଶରେ ୫୦ ରେଳ ଷ୍ଟେସନରେ ଏପରି ଔଷଧ କେନ୍ଦ୍ର ଖୋଲିବାକୁ ବିଶେଷ ପ୍ରକାର ଷ୍ଟଲ ନିର୍ମାଣ କରାଯିବ । ଏହାର ଡିଜାଇନ କରିବ ରାଷ୍ଟ୍ରୀୟ ଡିଜାଇନ ସଂସ୍ଥାନ(ଏନଆଇଡି) । ଏହି ଔଷଧ କେନ୍ଦ୍ର ଅନଲାଇନ ଟେଣ୍ଡର ଜରିଆରେ ଆବଣ୍ଟନ କରାଯିବ ଯେଉଁଠାରେ ମେଡିସିନ୍ ବିକ୍ରୀ କରାଯିବା ସହିତ ଷ୍ଟୋର କରାଯିବ ।

Get real time updates directly on you device, subscribe now.