fbpx

BSNL ଆଣିଲା ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍: ୯୦ ଦିନ ପର୍ଯ୍ୟନ୍ତ ଅନଲିମିଡେଟ୍ କଲ୍

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ଲଗାତାର ଭାବରେ ଗ୍ରାହକଙ୍କ ପାଇଁ ନୂଆ ନୂଆ ପ୍ଲାନ୍ ଆଣୁଛି । ବିଏସଏନଏଲ ଲଗାତାର ଭାବରେ ନିଜ ଉପଭୋକ୍ତାମାନଙ୍କୁ ସୁଲଭ ମୂଲ୍ୟରେ ସୁଲଭ ଫିଚର୍ସ ପ୍ରଦାନ କରିବାକୁ ଚେଷ୍ଟା କରୁଛି ।

ଏହାର ଶସ୍ତା ରିଚାର୍ଜ ଯୋଜନା ସହିତ ବ୍ୟବହାରକାରୀଙ୍କ ପକେଟରେ ଭାର କମାଇବାକୁ କମ୍ପାନୀ ଚେଷ୍ଟା କରୁଛି । ଏହି ସମୟରେ ଗ୍ରାହକଙ୍କ ପାଇଁ କମ୍ପାନୀ ଏକ ନୂଆ ପ୍ଲାନ୍ ଆଣିଛି, ଯାହା ଦୀର୍ଘ ବୈଧତାଏବଂ ମାଗଣା କଲିଂର ସୁବିଧା ମିଳୁଛି ।

ତେବେ ବିଏସଏନଏଲ ପାଖରେ ଶସ୍ତା ରିଚାର୍ଜ ପ୍ଲାନଠୁ ନେଇ ମହଙ୍ଗା ରିଚାର୍ଜ ପ୍ଲାନ୍ ରହିଛି । କମ୍ପାନୀ ଏହାର ରିଚାର୍ଜ ପୋର୍ଟଫୋଲିଓକୁ ଅନେକ ବିଭାଗରେ ବିଭକ୍ତ କରିଛି । ଯଦି ଆପଣ ବିଏସଏନଏଲର ଲମ୍ବା ବୈଧତା ପ୍ଲାନ୍ ଖୋଜୁଛନ୍ତି ତେବେ ଆପଣ ୯୦ ଦିନ ରିଚାର୍ଜ ଯୋଜନା ନେଇପାରିବେ । ଏହି ପ୍ଲାନର ମୂଲ୍ୟ ଏବଂ ଏଥିରେ ଉପଲବ୍ଧ ଲାଭ ବିଷୟରେ ଆସନ୍ତୁ ଜାଣିବା ।

ବିଏସଏନଏଲର ୯୦ ଦିନର ବୈଧତା ରିଚାର୍ଜ ପ୍ଲାନ୍ ପାଇବାକୁ ହେଲେ ଆପଣଙ୍କୁ ୪୩୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଅନ୍ୟ ଟେଲିକମ୍ କମ୍ପାନୀଗୁଡିକ ତୁଳନାରେ, ସରକାରୀ କମ୍ପାନୀ ବହୁତ କମ୍ ମୂଲ୍ୟରେ ଦୀର୍ଘ ବୈଧତା ସହିତ ବହୁତ ଲାଭ ପ୍ରଦାନ କରୁଛି । ଏହି ପ୍ଲାନ୍ ସେହି ଲୋକଙ୍କ ପାଇଁ ବିଶେଷ ଭଲ, ଯେଉଁମାନେ କମ୍ ଡାଟା ଏବଂ ଅଧିକ କଲିଂ ଆବଶ୍ୟକ କରନ୍ତି । ଏହି ଯୋଜନା ହେଉଛି ଏକ ସମ୍ପୂର୍ଣ୍ଣ କଲିଂ ରିଚାର୍ଜ ପ୍ଲାନ୍ ।

ବିଏସଏନଏଲର ୯୦ ଦିନିଆ ପ୍ଲାନରେ କମ୍ପାନୀ ବ୍ୟବହାରକାରୀଙ୍କୁ ୩୦୦ ଏସଏମଏସର ସୁବିଧା ମଧ୍ୟ ଯୋଗାଇଥାଏ । ଏହି ଯୋଜନାରେ ଆପଣ ଦିନକୁ ମାତ୍ର ୫ ଟଙ୍କା ଖର୍ଚ୍ଚ କରିବେ । ଯଦି ଆପଣ କେବଳ କଲ କରିବା ପାଇଁ ଏକ ପ୍ଲାନ୍ ଖୋଜୁଛନ୍ତି, ତେବେନ୍ୱିଏସଏନଏଲ ଆପଣଙ୍କୁ ଏକ ଭଲ ଅଫର ଦେଉଛି ।

Get real time updates directly on you device, subscribe now.