fbpx

Big Breaking: ୯ମାସର ଛୁଆକୁ ଧରି ନଦୀକୁ ଡେଇଁପଡିଲା ବାପା

କଟକ: ୯ମାସର ଶିଶୁକୁ ଧରି ନଦୀ ଜଳକୁ ବାପା ଡେଇଁପଡିବା ଖବର ସାମ୍ନାକୁ ଆସିଛି । ଶିଶୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଛି । ବାପାର ପତ୍ତା ମିଳୁ ନଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ପ୍ରକ୍ରିୟା ଜାରି ରହିଛି ।

ସୂଚନା ଅନ୍ୟୁାୟୀ, କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସଇଁନ୍ଧା ନିକଟ ସିଢୁଆ ନଦୀରେ ଏହି ଅଘଟଣ ଘଟିଛି । କିଛି ପାରିବାରିକ କଳହ ପାଇଁ ବାପା ୯ ମାସର ଶିଶୁକୁ ଧରି ଡେଇଁଥିବା ସୂଚନା ମିଳିଛି । ତେବେ ସିଢୁଆ ନଦୀ କୂଳରେ ଥିବା ବାଲିସାହି ଗ୍ରାମର ଜଣେ ସ୍ଥାନୀୟ ବାସିନ୍ଦା କଳବଳେ ଶିଶୁଟିକୁ ଉଦ୍ଧାର କରିନେଇଛନ୍ତି ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଶିଶୁକୁ ମେଡିକାଲରେ ଭର୍ତ୍ତି କରିବା ସହ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇଥିଲେ । ତେବେ ନଦୀ ଜଳରେ ନିଖୋଜ ଥିବା ବାପାକୁ ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଯାଉଛି । ଦେଖିବାକୁ ଗଲେ ବର୍ଷା ଯୋଗୁଁ ବର୍ତ୍ତମାନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ତେଣୁ ଶିଶୁର ବାପାକୁ ଖୋଜିବା ଅଗ୍ନିଶମ ବାହିନୀ ପାଇଁ ଚ୍ୟାଲେଞ୍ଜର ବିଷୟ ହେବ ।

Get real time updates directly on you device, subscribe now.