ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟରେ ସୃଷ୍ଟି ହୋଇଛି ଏକ ଐତିହାସିକ ରେକର୍ଡ । ନିର୍ଦ୍ଧାରିତ ୫୦ ଓଭରରେ ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର ରେକର୍ଡ କରାଯାଇଛି । ଏହି ଐତିହାସିକ ମ୍ୟାଚରେ ଦଳର ସ୍କୋର ରହିଛି ୫୧୫ ରନ୍ । ଭାରତର ସ୍ୱାଧୀନତା ଦିବସ ପୂର୍ବ ଦିନ, ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ଦିନିକିଆ କ୍ରିକେଟର ଏହି ବିରଳ ଇତିହାସ ସୃଷ୍ଟି ହୋଇଛି । ପ୍ରଥମେ ବ୍ୟାଟିଂ କରି ଏକ ଦଳ ବିପକ୍ଷ ପାଇଁ ୫୧୬ ରନ ବିଜୟ ଲକ୍ଷ୍ୟ ଦେଇଛି । ଯାହାର ଜବାବରେ ମାତ୍ର ୬୫ ରନ୍ କରି ଅନ୍ୟ ଦଳଟି ଅଲଆଉଟ ହୋଇଛି ।
ତେବେ ଆମେରିକାର ଅଣ୍ଡର-୧୯ ଏହି କାରନାମା କରି ଇତିହାସ ରଚି ଦେଇଛନ୍ତି । ଆଇସିସି ଅଣ୍ଡର-୧୯ ପୁରୁଷ କ୍ରିକେଟ ବିଶ୍ୱକପରେ ଆଜେଣ୍ଟିନା ବିପକ୍ଷରେ ଏହି ରେକର୍ଡ କରିଛି ଆମେରିକା ଟିମ୍ । ଟରଣ୍ଟୋ ଷ୍ଟାଡିୟମରେ ହିଁ ଏଭଳି ଏକ ଐତିହାସିକ ପାଳି କେଳିଛନ୍ତି ଆମେରିକାର କ୍ରିକେଟର । ପ୍ରଥମେ ବ୍ୟାଟିଂ କରିଥିବା ଆମେରିକା ଏହି ମ୍ୟାଚରେ ୮ ୱିକେଟ ହରାଇ ୫୧୫ ରନ୍ ସଂଗ୍ରହ କରିଥିଲା । ଟରଣ୍ଟୋ କ୍ରିକେଟ,ସ୍କେଟିଙ୍ଗ ଏବଂ କର୍ଲିଙ୍ଗ କ୍ଲବ ମଇଦାନରେ ଦୁଇ ଜଣ ଖେଳାଳି ଦମଦାର ଶତକ ଅର୍ଜନ କରିଥିଲେ । ଏହାସହିତ ବିଜୟ ପାଇଁ ଆର୍ଜେଣ୍ଟିନାକୁ ୫୧୬ରନ୍ ଟାର୍ଗେଟ ଦେଇଥିଲା ଆମେରିକା ଦଳ । କିନ୍ତୁ ଏହି ଟାର୍ଗେଟ ହାସଲ କରିବା ତ ଦୂରର କଥା, ପାଳି ଆରମ୍ଭ କରିବା ମାତ୍ରେ ଭୁଷୁଡ଼ି ପଡ଼ିଥିଲା ଆର୍ଜେଣ୍ଟିନା । ବ୍ୟାଟିଂ ପରେ ଦ୍ୱିତୀୟ ଇନିଂସରେ ଆମେରିକାର ବୋଲରମାନେ ମଧ୍ୟ ନିଜ ଜଲୱା ଦେଖାଇଛନ୍ତି । ଆର୍ଜେଣ୍ଟିନାକୁ ମାତ୍ର ୧୯.୫ ଓଭର ସୁଦ୍ଧା ମୋଟ ୬୫ ରନ ଭିତରେ ଅଲଆଉଟ କରିଛି ଆମେରିକା ।
A quite incredible day in Toronto for our U19 Men's team today.
– Total of 515/8
– Victory by 450 runs
– 2 individual centuries
– 211 run partnership
– Individual 6 wicket haulWell done to the whole squad and the support staff.
Photos: ICC/Peter Della Penna pic.twitter.com/idsgteEhsE
— USA Cricket (@usacricket) August 15, 2023
ତେବେ ଆର୍ଜେଣ୍ଟିନାର ବ୍ୟାଟିଂ ବିପର୍ଯ୍ୟୟ ଫଳରେ ଆମେରିକା ଏହି ମ୍ୟାଚକୁ ୪୫୦ ରନ ସହ ଏକ ବିଶାଳ ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚରେ ଅଧିନାୟକ ଋଷି ରମେଶ ଏବଂ ଭବ୍ୟ ମେହତା ଦମଦାର ଶତକ ହାସଲ କରିଛନ୍ତି । ଦ୍ୱିତୀୟ ୱିକେଟ ପାଇଁ ୨୧୧ ରନର ଏକ ବିଶାଳ ପାର୍ଟନରସିପ କରିଥିଲେ ଉଭୟ ଖେଳାଳି । ତେବେ ୯୧ ବଲରୁ ୧୪ ଚୌକା ଏବଂ ୩ଟି ଛକା ସହ ୧୩୬ ରନ ବ୍ୟକ୍ତିଗତ ସ୍କୋର କରି ରନ୍ ଆଉଟ ହୋଇ ପାଭିଲିୟନ ଫେରିଥିଲେ ଭବ୍ୟ । ସେପଟେ ମାତ୍ର ୫୯ ବଲରୁ ୧୩ଟି ଚୌକା ଏବଂ ୨ଟି ଛକା ସହିତ ଶତକ ହାସଲ କରିଥିଲେ ଅଧିନାୟକ ଋଷି ।
ତେବେ ଆମେରିକା ଅଣ୍ଡର-୧୯ ଦଳର ଏହି ସ୍କୋର କ୍ରିକେଟ ଇତିହାସର ସର୍ବାଧିକ ସ୍କୋର ଭାବରେ ସ୍ଥାନ ପାଇଛି । ଏହାପୂର୍ବରୁ ଦିନିକିଆ କ୍ରିକେଟରେ ତାମିଲନାଡୁର ୫୦୬-୨ ଥିଲା ସର୍ବାଧିକ ସ୍କୋର । ତେବେ ଇଣ୍ଟରନେସନାଲ ମ୍ୟାଚରେ ଇଂଲଣ୍ଡ ନେଦରଲାଣ୍ଡ ବିପକ୍ଷରେ କରିଥିବା ୪୯୮-୪ ସର୍ବାଦିକ ସ୍କୋର ଭାବରେ ସ୍ଥାନ ପାଇଛି ।