fbpx

BiG Breaking: ବଜ୍ରାଘାତରେ ୫ ଜଣଙ୍କର ମୃତ୍ୟୁ, ୭ ଆହତ

ଜଳେଶ୍ୱର: ମୌସୁମୀ ପ୍ରଭାବରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡଘଡି ଜାରି ରହିଛି । ବଜ୍ରାଘାତରେ ଅନେକ ଅଘଟଣ ଘଟୁଥିବା ବେଳେ ଆଜି ବଜ୍ରାଘାତରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଜଳେଶ୍ୱରର ବସ୍ତା ଅଞ୍ଚଳରେ ବଜ୍ରାଘାତରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୭ଜଣ ଆହତ ହୋଇଛନ୍ତି

ସୂଚନା ଅନୁଯାୟୀ, ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ୫ ଜଣଙ୍କ ସମେତ ଆଉ କିଛି ଆହତ ମେଡିକାଲକୁ ଆସୁଥିବାରୁ ସଂଖ୍ୟା ବୃଦ୍ଧି ପାଇବା ନେଇ ସମ୍ବାବନା ରହିଛି । ଏହି ୩ ମୃତକଙ୍କ ମଧ୍ୟରୁ ଜଣେ ବସ୍ତା ବ୍ଲକ ପଣିସାପଡା ଗାଁର ବୋଲି ସୂଚନା ମିଳିଛି ।

ଅନ୍ୟପଟେ ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ହୋଇଛି। ଏଥିରେ ଦୁଇଟି ଘର ଏବଂ ଗୋଟିଏ ଗାଡି ଧ୍ୱଂସ ପାଇଛି। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଶିମଲା ସହରର ସମରହିଲ ନିକଟରେ ଥିବା ଶିବ ବୈରୀ ମନ୍ଦିରରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଥିଲା। ସୂଚନାରେ, କୁହାଯାଇଛି ଯେ, ଏଥିରେ ୩୨-୩୦ଲୋକ ଧ୍ୱସାଂବଶେଷ ତଳେ ପୋତି ହୋଇଯାଇଛନ୍ତି। ଶିମଲାର ଏହି ଘଟଣା ସାମ୍ନାକୁ ଆସିଛି।

Get real time updates directly on you device, subscribe now.