fbpx

ନିଆଁ ଭିତରୁ ଶୁଭିଲା କୁଆଁ କୁଆଁ ଶବ୍ଦ: ବାରିପଦା ମେଡିକାଲରେ ପିଲା ଜନ୍ମ

ବାରିପଦା: ବର୍ତ୍ତମାନ ଭୀଷଣ ଅଗ୍ନିକାଣ୍ଡରେ ଜଳୁଛି ବାରିପଦା ମେଡିକାଲ କଲେଜ । ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ନିଆଁ ଭିତରେ ଜନ୍ମ ନେଇଛି ଜଣେ କୁନି ଛୁଆ । ସାରା ହସ୍ପିଟାଲରେ ନିଆଁ ଲାଗିଥିବା ବେଳେ ଥିଏଟରରେ ଅପରେସନ ଜାରି ରଖିଥିଲେ ଡାକ୍ତରୀ ଟିମ୍ । ତେବେ ଏହି ଭୟାନକ ଅଗ୍ନିକାଣ୍ଡ ମଧ୍ୟରେ ହିଁ ପିଲାକୁ ଜନ୍ମ ଦେଇଛନ୍ତି ଜଣେ ମହିଳା ।

ସଳଚନା ଅନୁସାରେ, ଅପରେସନ ଟେବୁଲରେ ପ୍ରସୂତି ରହିଥିବାରୁ ତାଙ୍କୁ ଛାଡ଼ି ଯିବା ସମ୍ଭବ ହୋଇ ପାରି ନଥିଲା । ତାଙ୍କର ପ୍ରାୟ ଅଧା ଅପରେସନ ଶେଷ ହୋଇଥିଲା । ତେଣୁ ନିଆଁ ଲାଗିବା ପରେ ମଧ୍ୟ ଅପରେସନ ଜାରି ରଖିଥିଲେ ଡାକ୍ତର । ଶେଷରେ ଅପରେସନରେ ସେ ସଫଳ ହୋଇଛନ୍ତି ଏବଂ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି ପ୍ରସୂତି । ନିଆଁ ଲାଗିଯିବା ପରେ ପ୍ରସୂତି ମହିଳାଙ୍କୁ ଓଟିରୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଉଭୟ ମା’ ଓ ଶିଶୁ ବର୍ତ୍ତମାନ ସୁସ୍ଥ ଥିବା ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ନବଜାତ ଶିଶୁ ଏସଏନସିୟୁରେ ରହିଥିବା ବେଳେ ମହିଳା ଜଣକ ବର୍ତ୍ତମାନ ଆଇସିୟୁରେ ରହିଛନ୍ତି । ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି ଏବଂ ପ୍ରସବ କରାଇଥିବା ଡାକ୍ତରଙ୍କୁ ବିଭିନ୍ନ ମହଲରେ ଖୁବ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.