fbpx

ଆଜି ବିଶ୍ୱ Photography ଦିବସ: ଜାଣନ୍ତୁ କେବେ ଏବଂ କାହିଁକି ଆରମ୍ଭ ହୋଇଥିଲା ଏହି ଉତ୍ସବ

ମଣିଷ ହେଉ କି ପଶୁପକ୍ଷୀ କିମ୍ବା ଯେକୌଣସି ମୁହୂର୍ତ୍ତ । କ୍ୟାମେରା ଲେନ୍ସରେ ସେସବୁକୁ କଏଦ କରି ରଖିଦିଏ ଜଣେ ଫଟୋଗ୍ରାଫର । ଯାହା ଭବିଷ୍ୟତରେ ଏକ ସ୍ମୃତି ପାଲଟିଯାଏ । ପୁରୁଣା ଦିନ ପୁରୁଣା ମୁହୂର୍ତ୍ତକୁ ମନେ ପକାଇବା ପାଇଁ ଅତୀତର ପୋଥି ପାଲଟିଯାଏ ଏଭଳି କିଛି ଅଭୁଲା ଫଟୋ । କ୍ୟାମେରାର ଲେନ୍ସ ଭିତରେ ଏମିତି ଅନେକ ଅଭୁଲା ସ୍ମୃତି ଛାପି ହୋଇ ରହିଥାଏ । ଆଜି ସେହି ଫଟୋଗ୍ରାଫିକୁ ସମ୍ମାନ ଜଣାଇବାର ଏକ ସ୍ୱତନ୍ତ୍ର ଦିନ । ଆଜିର ଦିନ(ଅଗଷ୍ଟ ୧୯)କୁ ପ୍ରତ୍ୟେକ ବର୍ଷ ବିଶ୍ୱ ଫଟୋଗ୍ରାଫି ଦିବସ ଭାବରେ ପାଳନ କରାଯାଏ । ପ୍ରତ୍ୟେକ ଫଟୋଗ୍ରାଫରମାନଙ୍କୁ ଏହି ଦିବସ ସମର୍ପଣ କରାଯାଇଛି ।

ଗୋଟିଏ ଭଲ ଫଟୋ ପାଇବା ପାଇଁ ବିଭିନ୍ନ ପ୍ରକାର ପରିସ୍ଥିତିକୁ ସାମନା କରିଥାଏ ଜଣେ ଫଟୋଗ୍ରାଫର । କେବେ ଯୁଦ୍ଧ ତ କେବେ ଅନ୍ୟ ଦୁଃଖରେ ଆଖି ଲୁହରେ ଭିଜି ଯାଉଥିବ, ପୁଣି କେବେ ଭୟଙ୍କର ସ୍ଥାନରେ ନିଜକୁ ନିୟନ୍ତ୍ରରରେ ରଖି ଫଟୋ କଲେକ୍ସନ କରିବାର ନିଶା ପାଇଁ ଆଜି ସେମାନଙ୍କୁ ଏକ ଦିନ ସମର୍ପିତ ହୋଇଛି । ପୂର୍ବରୁ ଷ୍ଟୁଡିଓ ଯାଇ ଫଟୋ ଉଠାଇବା ସହ ଏହାକୁ ସାଇତି ରଖୁଥିଲେ ଲୋକେ । କିନ୍ତୁ ବର୍ତ୍ତମାନ ଫଟୋଗ୍ରାଫିର ବଦଳି ଯାଇଛି ପରିଭାଷା । ସ୍ମାର୍ଟଫୋନରେ ସମସ୍ତେ ପ୍ରତ୍ୟେକ ମୁହୂର୍ତ୍ତର ଫଟୋ ନିଜ ମୋବାଇଲରେ କଏଦ କରିବା ସହ ନିଜର ଫଟୋ ସେମାନେ ନିଜେ(ସେଲଫି) ନେଇ ପାରୁଛନ୍ତି ।

ଏହି ଦିବସର ଇତିହାସ

୧୮୩୯ ମସିହା, ଜାନୁୟାରୀ ୯ ତାରିଖରେ ଫଟୋଗ୍ରାଫିର ଜମାନା ଆରମ୍ଭ ହୋଇଥିଲା । ଦୁଇ ବିଶିଷ୍ଟ ବୈଜ୍ଞାନିକ ଜୋସେଫ ନାଇସଫୋର୍ ଏବଂ ଲୁଇସ ଡାଗେର ଫଟ୍ରୋଗ୍ରାଫିର ପ୍ରଥମ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହାକୁ ‘ଡେଗୁଏରୋଟାଇପ୍’ ବୋଲି କୁହାଯାଉଥିଲା । ତେବେ ଏହାକୁ ପରିଚୟ ପାଇବା ପାଇଁ ପ୍ରାୟ ୮ ମାସ ସମୟ ଲାଗି ଯାଇଥିଲା । ୧୮୩୯ ମସିହା ଅଗଷ୍ଟ ୧୯ ତାରିଖରେ ଫ୍ରାନ୍ସ ସରକାର ଏହାର ଉଦ୍ଭାବନକୁ ନେଇ ଘୋଷଣା କରିଥିଲେ । ତେଣୁ ସେବେଠାରୁ ଅଗଷ୍ଟ ୧୯କୁ ହିଁ ବିଶ୍ୱ ଫଟୋଗ୍ରାଫି ଦିବସ( ) ଭାବରେ ପାଳନ କରାଯାଏ । ତେବେ ୨୦୧୦ରେ ଏହାର ସ୍ୱତନ୍ତ୍ର ଲୋପ୍ରିୟତା ହାସଲ କରିଥିଲା ଫଟୋଗ୍ରାପି ଡେ’ । ଏହି ଦିନ ଅଷ୍ଟ୍ରେଲିଆର ଜଣେ ଫଟୋଗ୍ରାଫର କୋରସ୍କେ ଆରା ଫଟୋଗ୍ରାଫି ଦିବସ ଉପରେ ସଚେତନତା ଆରମ୍ଭ କରିଥିଲେ । ଯାହାଫଳରେ ଏହା ଗରେ ଗରେ ପରିଚିତ ହେବା ସହ ଲୋକପ୍ରିୟତା ହାସଲ କରିଛି ।

Get real time updates directly on you device, subscribe now.