fbpx

ଚନ୍ଦ୍ରପୃଷ୍ଠରେ ଖସିପଡ଼ିଥିବା ରୁଷ ଲୁନା-୨୫ର ଓଜନ କେତେ ରହିଥିଲା?

ମସ୍କୋ : ୫୦ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିବା ରୁଷକୁ ଏକ ବଡ଼ ଧକ୍କା ଲାଗିଛି । ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଯାଇଥିବା ରୁଷର ଚନ୍ଦ୍ର ମିଶନ୍ ଲୁନା-୨୫ ଯାନ୍ତ୍ରିକ ତ୍ରୁଟି ଫଳରେ ଚନ୍ଦ୍ରପୃଷ୍ଠରେ ଖସିପଡ଼ିଛି । ରୁଷର ମହାକାଶ ସଂସ୍ଥା ରସକସମସ୍ ଏନେଇ ସ୍ପଷ୍ଟ କରିଛି । ରୁଷ୍ ଅଗଷ୍ଟ ୧୧ ରେ ଲୁନା-୨୫ ଲଞ୍ଚ କରିଥିଲା ଓ ତାହା ଅଗଷ୍ଟ ୨୧ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାର ଥିଲା । ରୁଷିଆର ଲୁନା-୨୫ ମହାକାଶଯାନ ଚନ୍ଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ରୁଷର ସରକାରୀ ନିୟନ୍ତ୍ରିତ ସମ୍ବାଦ ସରବରାହ ସଂସ୍ଥା ଟାସ୍ ରୁଷୀୟ ମହାକାଶ ଏଜେନ୍ସି ରୋସ୍କୋସ୍ମୋସ୍କୁ ଉଦ୍ଧୃତ କରି କହିଛି । ସୂଚନାଯୋଗ୍ୟ, ଲୁନା-୨୫ର ଲ୍ୟାଣ୍ଡରରେ ଥିବା କ୍ୟାମେରା ମହାକାଶରୁ ପୃଥିବୀରୁ ଚନ୍ଦ୍ରର ଫଟୋ ଉଠାଇ ସାରିଥିଲା।

ଖସିପଡ଼ିଥିବା ରୁଷ ଲୁନା-୨୫ର ଓଜନ କେତେ ରହିଥିଲା?

ଭାରତର ଚନ୍ଦ୍ରଯାନ-୩ ଅପେକ୍ଷା ରୁଷର ଲୁନା -୨୫ ବହୁତ ହାଲୁକା ଥିଲା । ଲୁନା -୨୫ ର ଓଜନ ପ୍ରାୟ ୧,୭୫୦ କିଲୋଗ୍ରାମ ଥିବାବେଳେ ଚନ୍ଦ୍ରଯାନ-୩ ର ଓଜନ ୩,୮୦୦ କିଲୋଗ୍ରାମ । ଏଥିରେ ୩୧ କିଲୋଗ୍ରାମର ବୈଜ୍ଞାନିକ ଉପକରଣ ରହିଥିଲା । ଏହା ମଧ୍ୟରେ ଏକ ବିଶେଷ ଯନ୍ତ୍ର ରହିଥିଲା ଯାହା ଚନ୍ଦ୍ରପୃଷ୍ଠର ୬ ଇଞ୍ଚ ଖୋଳି ପଥର ଏବଂ ମୃତ୍ତିକାର ନମୁନା ସଂଗ୍ରହ କରିଥାନ୍ତା । ଯାହାଫଳରେ ଚନ୍ଦ୍ରପୃଷ୍ଟରେ ଜମାଟ ବାନ୍ଧି ହୋଇରହିଥିବା ଜଳ ଆବିଷ୍କୃତ ହୋଇପାରିଥାନ୍ତା । ଯାହାଦ୍ଵାରା ଭବିଷ୍ୟତରେ, ଯେତେବେଳେ ମଣିଷମାନେ ଚନ୍ଦ୍ରପୃଷ୍ଠରେ ବସବାସ କରିବାକୁ ଚିନ୍ତା କରିବେ ସେବେ ସେଠାରେ ମଣିଷ ଉପଯୋଗୀ ଜଳର ବ୍ୟବସ୍ଥା କରାଯାଇପାରିବ । ‘ଚନ୍ଦ୍ରଯାନ -୩’ ମାତ୍ର ଦୁଇ ସପ୍ତାହ ଧରି ଚନ୍ଦ୍ର ପୃଷ୍ଠରେ କାମ କରିବ କିନ୍ତୁ ‘ଲୁନା -୨୫’ ପ୍ରାୟ ଏକବର୍ଷ ଧରି କାର୍ୟ୍ୟ କରିବ ବୋଲି ଆଶା ରଖିଥିଲା ରୁଷ ।

ସୂଚନା ଥାଉକି, ରସକସମସ୍ ମୁଖ୍ୟ ୟୁରି ବୋରିସୋଭ ଜୁନ୍ ମାସରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଥିଲେ ଯେ ଚନ୍ଦ୍ରରେ ଅଭିଯାନ ବିପଦପୂର୍ଣ୍ଣ। ମିସନ ସଫଳତାର ସମ୍ଭାବନା ପ୍ରାୟ ୭୦ ପ୍ରତିଶତ ରହିଛି । ଏହା ପୂର୍ବରୁ ଗତକାଲି (୧୯ ଅଗଷ୍ଟ)ରେ ଲୁନା-୨୫ରେ କେତେକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ରସକସମସ୍ ସୂଚନା ଦେଇଥିଲା । ଶେଷ ସମୟ ପର୍ୟ୍ୟନ୍ତ ଏହି ତ୍ରୁଟିକୁ

Get real time updates directly on you device, subscribe now.