fbpx

ଭଗବାନଙ୍କ ନା’ ନ ନେବାରୁ ୪ ଜଣ ଲୋକ ଯୁବକଙ୍କୁ ଏମିତି ପିଟିଲେ

ମୁମ୍ବାଇ: ଘାଟକୋପର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ୩୪ ବର୍ଷୀୟ ଯୁବକଙ୍କୁ ୪ ଜଣ ଲୋକ ବାଉଁସ ଏବଂ ବେଲ୍ଟରେ ପିଟିଛନ୍ତି । ଏହି ମାମଲା ସାମ୍ନାକୁ ଆସିବା ପରେ ଅନେକ କଥା ସାମ୍ନାକୁ ଆସୁଛି । ଗୁରୁତର ହୋଇଥିବା ଯୁବକଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯାହା ସେ ପୋଲିସକୁ ଏଫଆଇଆର ଦେବା ବେଳେ କିଛି କହିଛନ୍ତି ।

ତେବେ ଯୁବକ ଜଣଙ୍କ ନାମ ଶହିଦ ଖାନ ସେ ଏକ ପ୍ରାଇଭେଟ କମ୍ପାନୀରେ କୋରୀୟର ଡେଲିଭରୀ କାମ କରୁଥିଲେ । ଯୁବକଙ୍କର କହିବା ଅନୁସାରେ ସେ ୧୮ ଅଗଷ୍ଟରେ ରାତି ପ୍ରାଏ ୧.୧୫ ବେଳେ ଘରକୁ ଫେରୁ ଥିଲେ । ଘରକୁ ଯିବା ବାଟରେ ତାଙ୍କୁ ଘାଟକୋପର ଅଞ୍ଚଳରେ ୪ ଜଣ ଯୁବକ ଅଟକାଇଥିଲେ । ଏବଂ ତାଙ୍କୁ ଲାଇଟର ମାଗିଥିଲେ । ସେ ସେମାନଙ୍କୁ ଲାଇଟର ଦେଇଥିଲେ ଏହା ପରେ ସେମାନେ ସିଗାରେଟ ଜଳାଇଥିଲେ । ଏହା ପରେ ଯୁକକ ଜଣଙ୍କ ତାଙ୍କୁ ଲାଇଟର ଫେରାଇବାକୁ କହିବାରୁ ସେହି ୪ ଜଣ ବ୍ୟକ୍ତି ତାଙ୍କ ସହ ଖେଳି ଥିଲେ ।

ଏହା ପରେ ଯେତେବେଳେ ସେମାନଙ୍କୁ ଯୁବକ ଜଣଙ୍କ ଖାନ ବୋଲି ଜାଣିଲେ ସେତେବେଳେ ସେ ତାଙ୍କୁ ‘ଜୟ ଭିମ’ ବୋଲି କହିବାକୁ କହିଲେ । ଯୁବକ ଜଣକ ଜୟ ଭୀମ କହିଲେ । ଏହା ପରେ ତାଙ୍କୁ ଭଗବାନଙ୍କ ନାମ ନେବାକୁ କହିଲେ । କିନ୍ତୁ ଯୁବକ ଜଣଙ୍କ ଭଗବାନଙ୍କ ନାମ ନେଇ ନଥିଲେ । ଏହା ପରେ ସେହି ୪ ଜଣ ଲୋକ ତାଙ୍କୁ ଖୁବ୍ ଜୋରରେ ପିଟିଥିଲେ । ଖାନ ଏହା ମଧ୍ୟ କହିଛନ୍ତି ସେହି ସବୁ ଲୋକମାନେ ମଦ ମଧ୍ୟ ପିଇଥିଲେ ।

କିନ୍ତୁ ପୋଲିସର ଏଫଆଇଆରରେ କୁହାଯାଇଛି ଖାନ ସେମାନଙ୍କୁ ଲାଇଟର ଦେଇଥିଲେ ଏହା ପରେ ଲାଇଟର ମାଗିବାରୁ ସେମାନେ ତାଙ୍କୁ ପିଟିଥିଲେ । ଏହା ଛଡା ଖାନ କହିଛନ୍ତି, ସେମାନେ ଲାଇଟର ମାଗିବାରୁ କହିଥିଲେ ଏତେ ଜଲଦି କ’ଣ କିଛି ସମୟ ପରେ ଲାଇଟର ଦେବୁ । ଏହା ପରେ ତାଙ୍କୁ ଜୋରରେ ପଟିଥିଲେ । ସେହି ୪ ଜଣ ଲୋକ ତାଙ୍କୁ ଏପରି ପିଟିଥିଲେ ଯାହାଦ୍ୱାରା ସେ ଆହତ ହୋଇ ତଳେ ପଡିଥିଲେ । ଏହି ସମୟରେ ସେମାନେ ତାଙ୍କ ସାର୍ଟ ମଧ୍ୟ ଫାଡି ଦେଇଥିଲେ । ଏହା ପରେ ସେହି ୪ ଜଣ ସେଠାରୁ ପଲାଇଥିଲେ । ଏହା ପରେ ଖାନ ନିଜେ ଉଠି ଘରକୁ ଯାଇଥିଲେ ଘର ଲୋକଙ୍କୁ ସବୁ କଥା କହିବା ପରେ ହସ୍ପିଟାଲ ନେଇଥିଲେ ତାଙ୍କୁ ତାଙ୍କ ପରିବାର ଲୋକ ।
ଖାନଙ୍କ ଅଭିଯୋଗ କ୍ରମେ ପୋଲିସ ଆଇପିସିର ଧାରା ୩୨୬,୩୨୪, ୩୨୩, ୫୦୪ ଏବଂ ୩୪ ଅନୁସାରେ ଏକ ମାମଲା ରୁଜୁ କରିଛନ୍ତି ।

Get real time updates directly on you device, subscribe now.