fbpx

ବିରାଟ ଖାଇ ମଧ୍ୟକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍: ୧୯ ଜଣ ଯାତ୍ରୀ ଆହତ, ବଢ଼ିପାରେ ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଯେ ଘଟିବ ତାହା କେହି ବି କହିପାରିବେ ନାହିଁ । ଅନେକ ସମୟରେ ରାସ୍ତାଘାଟରେ ଦୁର୍ଘଟଣା ଘଟି ଅନେକ ନିରୀହ ଜୀବନ ଚାଲିଯାଉଥିବାର ଦେଖାଯାଉଛି । ତେବେ ଏହା ମଧ୍ୟରେ ଉତ୍ତରାଖଣ୍ଡରୁ ଆସିଛି ଏକ ବଡ଼ ଦୁର୍ଘଟଣା ଖବର । ୩୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ କିଛି ଯାତ୍ରୀ ମୃତାହତ ହୋଇଥିବା ଜଣାପଡ଼ିଛି ।

ଖବର ମୁତାବକ, ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ନ୍ୟାସନାଲ ହାଇୱେରେ ଗଙ୍ଗନାନୀ ନିକଟରେ ଏକ ଯାତ୍ରୀବାହୀ ବସ ୩୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା । ତେବେ ଦୁର୍ଭାଗ୍ୟବଶତଃ ବସଟି ଏକ ବିରାଟ ଖାଇ ମଧ୍ୟକୁ ଖସି ପଡ଼ିଥିଲା । ଫଳରେ ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ତେବେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଏଥିସହିତ ୧୯ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିବା ସହିତ ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।

ବର୍ତ୍ତମାନ ଘଟଣାସ୍ଥଳରେ ରେସକ୍ୟୁ ଅପରେସନ ଜାରି ରହିଥିବା ବେଳେ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ଆଶଙ୍କା କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ଏସପି, ଡିଏମ, ଏସଡିଏମ, ଏସଡିଆରଏଫ, ଏନଡିଆରଏଫ, ଫାୟାର ସର୍ଭିସ ଓ ୧୦୮ ଆମ୍ବୁଲାନ୍ସ ପହଞ୍ଚିଥିଲେ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ମଧ୍ୟ ଅନୁରୂପ ଏକ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ୨୦ ଜଣ ଯାତ୍ରୀଙ୍କୁ ନେଇ ଡେରାଡୁନରୁ ଉତ୍ତରକାଶୀ ଅଭିମୁଖେ ଯାଉଥିବା ପରିବହନ ନିଗମର ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ ।

Get real time updates directly on you device, subscribe now.