fbpx

ପୂର୍ବତନ ଇସ୍ରୋ ମୁଖ୍ୟଙ୍କୁ ସମାଲୋଚନା କରି ଫସିଲେ ପ୍ରକାଶ ରାଜ୍‌, ସୋସିଆଲ ମିଡିଆରେ ଟ୍ରୋଲ୍ କଲେ ୟୁଜର୍ସ

ନୂଆଦିଲ୍ଲୀ: ଅଭିନେତା ପ୍ରକାଶ ରାଜ ଦକ୍ଷିଣ ଭାରତର ବିଭିନ୍ନ ଭାଷା ଏହିତ ବଲିଉଡ ଫିଲ୍ମରେ ଜଣେ ସକ୍ରିୟ ଅଭିନେତା । ବିଭିନ୍ନ ସିନେମାରେ ତାଙ୍କର ବଳିଷ୍ଟ ଅଭିନୟ ପାଇଁ ସେ ବେଶ୍ ପରିଚିତ । ଅଭିନୟ ସହିତ ଗତ ଲୋକସଭା ନିର୍ବାଚନ ସମୟରୁ ସେ ସକ୍ରିୟ ରାଜନୀତିରେ ମଧ୍ୟ ଜଡ଼ିତ ଅଛନ୍ତି । କିନ୍ତୁ ବର୍ତ୍ତମାନ ସେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କୁ ନେଇ ସେ ଇସ୍ରୋର ପୂର୍ବତନ ମୁଖ୍ୟ କେ. ଶିବନଙ୍କୁ ସମାଲୋଚନା କରି ଚର୍ଚ୍ଚାକୁ ଆସିଛନ୍ତି ।

ଯେତେବେଳେ ସମ୍ପୁର୍ଣ୍ଣ ଭାରତବାସୀ ଚନ୍ଦ୍ରଯାନ-୩ର ସଫଳତା ପାଇଁ ପୁଜାର୍ଚ୍ଚନା କରୁଛନ୍ତି ସେତେବେଳେ ପ୍ରକାଶ ରାଜ ଇସ୍ରୋର ପୁର୍ବତ୍ତନ ମୁଖ୍ୟ କେ. ଶିବନ ଏକ ବ୍ୟଙ୍ଗ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଶିବନ ଏକ ଚା ବାଲା ରୂପରେ ନଜର ଆସୁଛନ୍ତି । ଏହି ପୋଷ୍ଟ ସହିତ ପ୍ରକାଶ ରାଜ ଲେଖିଛନ୍ତି, ‘ବ୍ରେକିଂ ନ୍ୟୁଜ୍‌-ଚନ୍ଦ୍ରରୁ ପ୍ରଥମ ଫଟୋ ଯାହାକୁ ବିକ୍ରମ୍ ରୋଭର ପଠାଇଛି’ । ପ୍ରକାଶ ରାଜଙ୍କର ଏହି ପୋଷ୍ଟ ପାଇଁ ତାଙ୍କୁ ସୋସିଆଲ ମିଡିଆ ୟୁଜର୍ସମାନେ ସମାଲୋଚନା କରିଛନ୍ତି ।

ତେବେ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପାଇଁ ଇସ୍ରୋ ପକ୍ଷରୁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଚନ୍ଦ୍ରର ପାଖାପାଖି ହେଉଛି ଚନ୍ଦ୍ରଯାନ । ଆସନ୍ତା ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟ ସମୟରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ତେବେ ସେହିଦିନ ଅପରାହ୍ନ ୫ଟା ୪୫ରୁ ଚନ୍ଦ୍ରଯାନ-୩ର ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏହାରି ମଧ୍ୟରେ ଚନ୍ଦ୍ରରୁ ଆଉ କିଛି ନୂଆ ଫଟୋ ପଠାଇଛି ଚନ୍ଦ୍ରଯାନ-୩ ।

Get real time updates directly on you device, subscribe now.