fbpx

ଚନ୍ଦ୍ରଯାନ-୩ ସଫଳତା ପାଇଁ ସୀମା ହାଇଦରଙ୍କ ଉପବାସ, କହିଲେ ଲ୍ୟାଣ୍ଡିଂ ନହେବା ଯାଏଁ…

ଓଡିଶା ଭାସ୍କର; ସମୟ ଯେତିକି ଯେତିକି ପାଖେଇ ପାଖେଇ ଆସୁଛି ପ୍ରସ୍ତୁତି ବି ସେତିକି ସେତିକି ବଢ଼ି ବଢ଼ି ଚାଲିଛି । ଆଉ ମାତ୍ର କିଛି ସମୟ ପରେ ଜହ୍ନ ରାଇଜରେ ପାଦ ଥାପିବ ଭାରତ । ସଂଧ୍ୟା ୬ଟା ୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡ୍‌ର ଅବତରଣ କରିବ । ଆଉ ସେହି ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା କରିବା ସହ ଚନ୍ଦ୍ରଯାନ-୩ର ସଫଳତା ପାଇଁ ଏବେ ସାରା ଦେଶବାସୀ ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି ।

ସେପଟେ ପାକିସ୍ତାନରୁ ଭାରତ ପଳାଇଆସିଥିବା ସୀମା ହାଇଦର ବି ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ନେଇ ବ୍ରତ ରଖିଛନ୍ତି । ଏନେଇ ସୀମା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସୀମା କହିଛନ୍ତି ଯେ, ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ନହେବା ପର୍ୟ୍ୟନ୍ତ ସେ କିଛି ଖାଇବେ ନାହିଁ କି କିଛି ପିଇବେ ନାହିଁ । ଏହା ସହ କହିଛନ୍ତି, ‘ମୁଁ ପ୍ରାଥନା କରୁଛି ଆମ ଭାରତ ଦେଶର ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟାରେ ସଫଳତା ପୂର୍ବକ ସଫଳ ଲ୍ୟାଣ୍ଡିଂ କରୁ । ଏହା ଦ୍ୱାରା ମୋ ଦେଶ ଭାରତର ନାମ ସାରା ବିଶ୍ୱରେ ଚର୍ଚ୍ଚା ହେବ । ମୁଁ ଭଗବାନ ରାଧେ କୃଷ୍ଣଙ୍କୁ ବହୁତ ବିଶ୍ୱାସ କରେ । ସାରା ଦେବୀ ଦେବତାଙ୍କୁ ମୋର ପ୍ରାଥନା କି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଟରେ ସଫଳ ଲ୍ୟାଣ୍ଡିଂ କରୁ’ ।

ସୂଚନା ଥାଉକି, ସୀମା ଭାରତର ୭୭ତମ ସ୍ୱାଧୀନତା ଦିବସ ପାଳନ କରିବା ସହ ଭାରତ ମାତାର ଜୟ ଗାନ କରିଥିଲେ । ତ୍ରିରଙ୍ଗା ସାଢ଼ି ପିନ୍ଧିବା ସହ ମୁଣ୍ଡରେ ‘ଜୟ ମାତାଦି’ ର କପଡ଼ା ବାନ୍ଧିଥିଲେ । ବନ୍ଦେ ମାତରମ୍ ବ୍ୟତୀତ ମୋଦୀ ସରକାର ଓ ଯୋଗୀ ସରକାରଙ୍କ ଜୟଗାନ କରିଥିଲେ ଏହି ପାକିସ୍ତାନି ମହିଳା । ସେହିପରି ଆଜି ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି ସୀମା । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଦେଶର ବିକାଶ ପାଇଁ ଅନେକ ପରିଶ୍ରମ କରୁଛନ୍ତି ।

ସୂଚନା ଯୋଗ୍ୟ, ବେଆଇନ ଭାବେ ଭାରତରେ ପ୍ରବେଶ ଏବଂ ପାକିସ୍ତାନି ଏଜେଣ୍ଟ ସନ୍ଦେହରେ ଏଟିଏସର ଯାଞ୍ଚରେ ଛନ୍ଦି ହୋଇ ରହିଛନ୍ତି ଏହି ପାକିସ୍ତାନି ମହିଳା ସୀମା ହାଇଦର । ନିଜ ଦେଶ ପାକିସ୍ତାନର ଅନେକବାର ନିନ୍ଦା କରୁଥିବା ବେଳେ ଭାରତର ସେ ଖୁବ ପ୍ରଶଂସା କରୁଛନ୍ତି ।

 

Get real time updates directly on you device, subscribe now.