fbpx

ଚନ୍ଦ୍ରପୃଷ୍ଠରୁ ଇସ୍ରୋ ସେଣ୍ଟରକୁ ଆସିଲା ଏକ ବଡ଼ ତଥ୍ୟ , ଚନ୍ଦ୍ର ପୃଷ୍ଠର ୧୦ ସେଣ୍ଟିମିଟର ଗଭୀରତାରେ କେତେ ତାପମାତ୍ରା ରହିଛି….

ଓଡିଶା ଭାସ୍କର; ପୂର୍ବରୁ ଋଷିଆ, ଆମେରିକା ଓ ଚୀନ ଚନ୍ଦ୍ରରେ ମହାକାଶ ଯାନ ଅବତରଣ କରିବାରେ ସଫଳ ହୋଇଥିବା ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି । ସେହିପରି ବିଶ୍ୱର ପ୍ରଥମ ଦେଶ ଭାବେ ଭାରତର ଚନ୍ଦ୍ରଯାନ-୩ ଦକ୍ଷିଣ ମେରୁରେ ସଫଳ ଲ୍ୟାଣ୍ଡିଂ କରିଛି । ଦକ୍ଷିଣ ମେରୁରେ ଭାରତ ପ୍ରଥମେ ପହଞ୍ଚି ଥିବାରୁ ସେଠୁ ଯାହା ବି ତଥ୍ୟ ସଂଗ୍ରହ କରିବ ତାହା ବିଶ୍ୱରେ ପ୍ରଥମ ତଥ୍ୟ ଭାବେ ବିବେଚିତ ହେବ ।

ବର୍ତମାନ ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଧରାବତରଣ କରି ଅନେକ ତଥ୍ୟ ସଂଗ୍ରହ କରିବାରେ ଲାଗିପଡ଼ିଛି । ଆସନ୍ତା ୧୪ ଦିନ ଧରି ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଚାଲିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଇସ୍ରୋ ସେଣ୍ଟରକୁ ପଠାଇବ । ଚନ୍ଦ୍ରଯାନ-୩ ଅଭିଯାନର ମୁଖ୍ୟତଃ ୩ଟି ଲକ୍ଷ୍ୟ ରହିଛି । ପ୍ରଥମଟି ହେଲା ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍ ବିକ୍ରମର ଅବତରଣ । ଆବୁଡ଼ା ଖାବୁଡ଼ା ଓ ଗର୍ତ୍ତ ଥିବା ଚନ୍ଦ୍ରପୃଷ୍ଠରେ ରୋଭରର ବିଚରଣ ଓ ବିକ୍ରମ ଦ୍ୱାରା ବିଭିନ୍ନ ପରୀକ୍ଷା ନିରୀକ୍ଷା । ଏହି ପ୍ରଥମ ଓ ଦୁଇଟି ଲକ୍ଷ୍ୟ ପୂରଣ ହୋଇସାରିଛି । ଏବେ ପ୍ରଜ୍ଞାନର ମୁଖ୍ୟ କାମ ହେଲା ଚନ୍ଦ୍ରପୃଷ୍ଠର ତଥ୍ୟ ସଂଗ୍ରହ କରିବା । ଚନ୍ଦ୍ରପୃଷ୍ଠର ଯେଉଁ ସ୍ଥାନରେ ଚନ୍ଦ୍ରଯାନ ଓହ୍ଲାଇଛି ତାହା ଏକ ସମତଳ ସ୍ଥାନ । ହେଲେ ଚନ୍ଦ୍ରପୃଷ୍ଠରେ ଅନେକ ବଡ଼ ବଡ଼ ଗର୍ତ୍ତ ରହିଛି । ଏହାର ଅର୍ଥ ସେଠାରେ ପାଣି ଥାଇପାରେ । ତେଣୁ ବିକ୍ରମର ଏକ ମୁଖ୍ୟ କାମ ହେଲା ସେଠାରେ ପାଣିର ସନ୍ଧାନ କରିବା । ଯଦି ପାଣି ଥାଏ, ଏହାର ଅର୍ଥ ଜୀବନର ସତ୍ତା ସେଠାରେ ଥାଇପାରେ ବୋଲି ଅନୁମାନ କରାଯାଉଛି ।

ତେବେ ଏହାରି ଭିତରେ ଚନ୍ଦ୍ରପୃଷ୍ଠରୁ ଚନ୍ଦ୍ରଯାନ-୩ ଇସ୍ରୋ ସେଣ୍ଟରକୁ ଏକ ବଡ଼ ତଥ୍ୟ ପଠାଇଛି । ଯାହାକୁ ବର୍ତମାନ ଟୁଇଟ କରି ଏହି ନୂଆ ତଥ୍ୟକୁ ଇସ୍ରୋ ପ୍ରକାଶ କରିଛି । ଚନ୍ଦ୍ରପୃଷ୍ଠରେ ବିଭିନ୍ନ ସ୍ଥାନର ବିଭିନ୍ନ ସ୍ଥରର ତାପମାତ୍ରାକୁ ନେଇ ଏକ ଗ୍ରାଫ ମାଧ୍ୟମରେ ସୂଚନା ପ୍ରକାଶ କରାଯାଇଛି । ଚନ୍ଦ୍ର ପୃଷ୍ଠର ୧୦ ସେଣ୍ଟିମିଟର ଗଭୀରତାରେ କେତେ ତାପମାତ୍ରା ରହିଛି ତାହା ଯାଞ୍ଚ କରାଯାଇଛି । ଏଥିରେ ୧୦ ରୁ ଆରମ୍ଭ କରି ୬୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରେକର୍ଡ କରାଯାଇଛି । “CheSTE (ଚନ୍ଦ୍ରର ସର୍ଫେସ୍ ଥର୍ମୋଫାଇଜିକାଲ୍ ଏକ୍ସପେରିମେଣ୍ଟ) ର ପେ” ଲୋଡ଼ ଏହି ତଥ୍ୟ ପଠାଇଛି ।

Get real time updates directly on you device, subscribe now.