fbpx

ରକ୍ଷା ବନ୍ଧନକୁ ନେଇ କାଲି ମୋଦୀ ଉପହାର ଦେଇଥିବା ବେଳେ ଆଜି ଉପହାର ଦେଲେ ରାହୁଲ

ଓଡିଶା ଭାସ୍କର; ଏଲପିଜି ସିଲିଣ୍ଡରରେ ସବସିଡି୍ ପ୍ରଦାନ କରି ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଭଉଣୀମାନଙ୍କୁ ରାକ୍ଷୀ ବନ୍ଧନ ଅବସରରେ ଉପହାର ପ୍ରଦାନ କରିଛନ୍ତି । ଏନେଇ ମୋଦୀ ଦେଶର ସମସ୍ତ ଭଉଣୀଙ୍କ ପାଇଁ ଏକ ଟ୍ୱିଟ୍ କରି କହିଛନ୍ତି, ‘ଗ୍ୟାସ ଦର ହ୍ରାସ ପାଇବା ଫଳରେ ମୋର ପରିବାରର ଭଉଣୀମାନଙ୍କର ଜୀବନରେ ଖୁସି ଆସିବ । ସେମାନଙ୍କର ଜୀବନ ସହଜ ହୋଇପାରିବ । ମୋର ସମସ୍ତ ଭଉଣୀ ଖୁସିରେ ରୁହନ୍ତୁ, ସୁଖରେ ରୁହନ୍ତି, ମୋର ଈଶ୍ୱରଙ୍କ ନିକଟରେ ଏତିକି କାମନା ।’

ଏଥିସହିତ ମୋଦୀ କହିଛନ୍ତି, ନିଜ ପରିବାରରେ ଖୁସି ବଢ଼ାଇବା ପାଇଁ ରକ୍ଷା ବନ୍ଧନ ପାଳନ କରାଯାଇଥାଏ । ରୋଷେଇ ଗ୍ୟାସ ସିଲିଣ୍ଡର ହ୍ରାସ ପାଇଥିବାରୁ ଦେଶର ସମସ୍ତ ମା’ ଓ ଭଉଣୀଙ୍କୁ ଶୁଭକାମନା । ପୂର୍ବରୁ ଦେଶବାସୀ ୨୦୦ ଟଙ୍କାର ସବିସିଡି ପାଉଥିବା ବେଳେ ଏବେ ୪୦୦ ଟଙ୍କାର ବେନିଫିଟ୍ ପାଇବେ । ଏହା ସମସ୍ତ ଭଉଣୀଙ୍କ ପାଇଁ ନିଶ୍ଚିତ ଭାବେ ଏକ ଖୁସି ଖବର । ଗତକାଲି ଏଭଳି କିଛି ‘ଏକ୍ସ’ ଜରିଆରେ ଲେଖି ପ୍ରଧାନମନ୍ତ୍ରୀ ମୋଦି ମହିଳା ମାନଙ୍କୁ ଉପହାର ଦେଇଥିଲେ ।

ସେହିପରି ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହିଳା ମାନଙ୍କୁ ଉପହାର ପ୍ରଦାନ କରିଛନ୍ତି । ରାହୁଲ ଗାନ୍ଧୀ ବୁଧବାର କର୍ଣ୍ଣାଟକର ମୈସୁରରେ ଗୃହଲକ୍ଷୀ ଯୋଜନା ଆରମ୍ଭ କରିଛନ୍ତି । ମୁଖ୍ୟ ଅତିଥି ଭାବରେ ଉଦ୍‌ଘାଟନୀ କାର୍ୟ୍ୟକ୍ରମରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଯୋଗ ଦେଇଥିଲେ । ସାଂସଦ ରାହୁଲ ଗାନ୍ଧୀ ଏହି ଅର୍ଥ ଗୃହ ଲକ୍ଷ୍ମୀ ଯୋଜନାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଲାଭ ସ୍ଥାନାନ୍ତର (ଡିବିଟି) ମାଧ୍ୟମରେ ହସ୍ତାନ୍ତର କରିଛନ୍ତି । ଏହି ଯୋଜନା ଅଧୀନରେ ରାଜ୍ୟ ସରକାର ବିପିଏଲ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ₹ ୨୦୦୦ ସହାୟତା ପ୍ରଦାନ କରିବେ। ଏହି ଯୋଜନାକୁ ସମର୍ଥନ କରିବା ପାଇଁ କର୍ଣ୍ଣାଟକ ସରକାର ବାର୍ଷିକ, ୦୦୦ ୩୨,୦୦୦ କୋଟି ଟଙ୍କା ଆବଣ୍ଟନ କରିବ ବୋଲି ସୂଚନା ରହିଛି । ଏହି ଯୋଜନା ଆଜି ରାଜ୍ୟର ୧୦,୪୦୦ ସ୍ଥାନରେ ଏକାସାଙ୍ଗରେ ଆରମ୍ଭ କରାଯାଇଛି ।

ସୂଚନା ଥାଉକି, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପାର୍ଟି ପାଞ୍ଚଟି ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲା, ସେଥିମଧ୍ୟରୁ ଗୋଟିଏ ହେଉଛି ଗୃହଲକ୍ଷୀ ଯୋଜନା । ଆଜିର କାର୍ୟ୍ୟକ୍ରମରେ କଂଗ୍ରେସ ନେତା ରାହୁଲ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ଆମେ ପାଞ୍ଚଟି ପ୍ରତିଶ୍ରୁତି ଦେଇଛୁ । ଯଦି କଂଗ୍ରେସ କିମ୍ବା ଏହାର ନେତାମାନେ ଯାହା କିଛି କହିଥାନ୍ତି, ତାହାକୁ ଆମେ କରିକି ଦେଖାଇଥାଉ ।

 

Get real time updates directly on you device, subscribe now.