ତାପମାତ୍ରା ବୃଦ୍ଧିକୁ ନେଇ ବୈଜ୍ଞାନିକଙ୍କ ଉଦବେଗ: ଆଉ ୨ଡିଗ୍ରୀ ବଢ଼ିଲେ ପ୍ରଳୟ, ଧ୍ୱଂସ ହୋଇଯିବ…

ନୂଆଦିଲ୍ଲୀ: ତାପମାତ୍ରା ବୃଦ୍ଧିକୁ ନେଇ ସାରା ବିଶ୍ୱରେ ଗଭୀର ଉଦ୍ବେଗ ପ୍ରକାଶ ପାଉଥିବା ବେଳେବୈଜ୍ଞାନିକମାନେ ମଧ୍ୟ ଏ ନେଇ ଚିନ୍ତା ପ୍ରକଟ କରୁଛନ୍ତି । ଯଦି ବିଶ୍ୱ ତାପମାତ୍ରାଆଉ ୨ଡିଗ୍ରୀ ସେଲ୍ସିଅସ୍ ବଢ଼େ, ତେବେ ପରବର୍ତ୍ତୀ ଶତାବ୍ଦୀରେ ପ୍ରାୟ ୧୦୦କୋଟି ଲୋକଙ୍କ ଜୀବନ ଅକାଳରେ ଚାଲିଯିବାର ସମ୍ଭାବନା ରହିଛି । ଜଳବାୟୁ ପରିବର୍ତ୍ତନର ଉକ୍ରଟ ରୂପ ଏଭଳି ଘଟାଇବାର ସମ୍ଭାବନା ଦେଖାଦେଇଛି ।

ମାନବିକ ତ୍ରୁଟି ପାଇଁ ଦିନକୁ ଦିନ ଜଳବାୟୁରେ ଯେପରି ପରିବର୍ତ୍ତନ ଘଟି ଚାଲିଛି ତାହା ବିପଦ ଆଣିବାର ସଂକେତ ଦେଉଛି । ଯଦି ବିଶ୍ୱ ତାପମାତ୍ରା ଆଉ ୨ଡିଗ୍ରୀ ବୃଦ୍ଧି ଘଟେ ତେବେ ନିଶ୍ଚୟ ପ୍ରଳୟ ଘଟିବ ବୋଲି ବୈଜ୍ଞାନିକମାନେ ଆକଳନ କରୁଛନ୍ତି ।ନିକଟରେ କାନାଡର ୱେଷ୍ଟର୍ଣ୍ଣ କୋଣ୍ଟାରିଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଅନୁଧ୍ୟାନ ରିପୋର୍ଟରେ ଏପରି ସାଂଘାତିକ ତଥ୍ୟ ଉଲ୍ଲେଖ କରାଯାଇଛି ।

ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ,ଜୀବନ ରକ୍ଷା ପାଇଁ ଯଥା ସମ୍ଭବ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଉ । ପରବର୍ତ୍ତୀ ଶତାବ୍ଦୀରେ ଯଦି ବିଶ୍ୱ ତାପମାତ୍ରା ୨ଡିଗ୍ରୀ ସେଲସିଅସ୍ ବୃଦ୍ଧି ଘଟିଲା, ତେବେ ଅକାଳରେ୧୦୦କୋଟି ଲୋକ ପ୍ରାଣ ହରାଇବେ । ତୈଳ ଓ ଗ୍ୟାସ ଉପରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୪୦% ରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନ ହେଉଛି । ଏହା ଅପହଞ୍ଚ ଅଞ୍ଚଳରେ ରହୁଥିବା କୋଟିକୋଟି ସ୍ୱଳ୍ପ ସମ୍ଭବ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଉଛି ।

ବିଶେଷ କରି କୋମଳମତି ଶିଶୁଙ୍କ ଉପରେ ଏହାର ପ୍ରଭାବ ଅଧିକା ପଡୁଛି । ପ୍ରତି ୧୦୦୦ଟନ୍ଜୀ ବାଶ୍ମ କାର୍ବନ ଜଳିବା ଦ୍ୱାରା ଭବିଷ୍ୟତରେ ଜଣେ ବ୍ୟକ୍ତିଙ୍କ ଅକାଳ ବିୟୋଗ ଘଟିବାର ସମ୍ଭାବନା ରହିଛି । ଯଦି ଏହିପରି ଲଗାତାର ଭାବେ ଏହା ଜାରି ରୁହେ ତେବେ ପରବର୍ତ୍ତୀ ଶତାବ୍ଦୀ ମଧ୍ୟରେ ଗ୍ଲୋବାଲ ୱାର୍ମିଂ ୧୦୦କୋଟି ଲୋକଙ୍କଜୀବନ ନେଇଯିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।