ଓଡିଶା ଭାସ୍କର : ଦିନକୁ ଦିନ ଏପରି ଖବର ସବୁ ସମ୍ଫନକୁ ଆସୁଛି ଯାହାକୁ ମଣିଷକୁ ଆଶ୍ଚର୍ଯ୍ୟ କରିଦେଉଛି । ଏଭଳି ଏକ ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ, ମାତ୍ର ୧୩ ମାସର ମାଇ ବାଛୁରୀ କ୍ଷୀର ଦେଉଛି । ଗର୍ଭବତୀ ନ ହୋଇ ମଧ୍ୟ ଦୁଇ ମାସ ହେବ କ୍ଷୀର ଦେଉଛି । ସେ ଦିନକୁ ଦୁଇ ବେଳା ୩ ଲିଟର କ୍ଷୀର ଦେଉଛି । ଅର୍ଥାତ ଦିନରେ ୧.୫୦ ଲିଟର ଏବଂ ସନ୍ଧ୍ୟାରେ ୧.୫୦ ଲିଟର କରି ୩ ଲିଟର କ୍ଷୀର ଦେଉଛି ।
ସୂଚନା ଯୋଗ୍ୟ ଯେ, ଛୁଆ ଜନ୍ମ ନଦେଇ କି ଗର୍ଭବତୀ ନହୋଇ କ୍ଷୀର ଦେଉଛି ୧୩ ମାସର ଗୋଟିଏ ବାଛୁରୀ । ସକାଳେ ଓ ସଂଧ୍ୟାରେ ଦେଢ ଲିଟର ଲେଖାଏଁ ୩ ଲିଟର କ୍ଷୀର ଦେଉଛି । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ମାଇ ବାଛୁରିଟି ଗର୍ଭବତି ନ ହୋଇ ପ୍ରାୟ ୨ ମାସ ହେବ କ୍ଷୀର ଦେଉଛି କିପରି ? ଅନ୍ୟପଟେ କୁହାଯାଉଛି ଯେ, ବାଛୁରୀ ହେଉଥିବା କ୍ଷୀରକୁ ମନ୍ଦିରରେ ଭୋଗ ଭାବରେ ଲଗାଯାଉଛି । କେବଳ ଏତିକି ନୁହେଁ ସେହି କ୍ଷୀରକୁ ପରିବାର ଲୋକେ ମଧ୍ୟ ବ୍ୟବହାର କରୁଛନ୍ତି ।
ବାଛୁରୀର ମାଳିକଙ୍କ କହିବା ଅନୁସାରେ, ବିଗତ ଦୁଇ ମାସ ହେବ ବାଛୁରୀ ଏପରି କ୍ଷୀର ଦେଉଛି । ଏହାକୁ ଦୃଷ୍ଟିରେ ରଖି ଲୋକେ ବାଛୁରୀକୁ କାମଧେନୁ ବୋଲି କହୁଛନ୍ତି । ବିଭିନ୍ନ ପଶୁ ଡାକ୍ତର ଉକ୍ତ ବାଛୁରୀକୁ ପରୀକ୍ଷା ନୀରିକ୍ଷା କରିଥିଲେ ମଧ୍ୟ କୌଣସି ସଠିକ ପ୍ରମାଣ ପାଇ ପାରିନାହାନ୍ତି । ସେପଟେ କାମଧେନୁ ବୋଲି କହି ଗାଁ ସମେତ ଆଖପାଖ ଅଞ୍ଚଳର ବହୁ ଲୋକ ଦେଖିବାକୁ ଆସୁଛନ୍ତି । ବାଛୁରୀକୁ ଦର୍ଶନ କରି ପ୍ରଣାମ ମଧ୍ୟ କରୁଛନ୍ତି ।