fbpx

ଗଜରାଜଙ୍କ ଉପରେ ସଙ୍କଟ : ଏକାଥରରେ ଦୁଇ ହାତୀଙ୍କ ମୃତ୍ୟ

ଅନୁଗୁଳ : ପ୍ରାଣୀ ମାନଙ୍କୁ ଘେରିଛି ସଙ୍କଟ । ଭିନ୍ନ ଭିନ୍ନ ସ୍ଥାନରେ ଯାଉଛି ଜୀବନ । ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାତକୋସିଆ ଅଭୟାରଣ୍ୟ ନିକଟସ୍ଥ ଜଗନ୍ନାଥପୁରରୁ ଘଟିଛି । ସେଠାରେ ଏକାଥରକେ ଦୁଇ ହାତୀର ଜୀବନ ଯିବାର ସୂଚନା ଦେଇଛନ୍ତି ଡ଼ିଏଫଓ ।

ସୂଚନା ଅନୁଯାୟୀ, ସାତକୋସିଆ ଅଭୟାରଣ୍ୟ ନିକଟସ୍ଥ ଜଗନ୍ନାଥପୁର ଅଞ୍ଚଳରେ ଦଉଜ଼ ହାତୀର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଡ଼ିଏଫଓ । ମୃତ ହାତୀ ମଧ୍ୟରୁ ଗୋଟିଏ ଦାନ୍ତ ହାତୀ ଏବଂ ଅନ୍ୟଟି ମାଇ ହାତୀ ଅଟେ । ହାତୀଙ୍କ ମୃତ୍ୟୁ ବିଦ୍ୟୁତ୍ ଆଘାତ ଲାଗି ହୋଇଥିବା ସନ୍ଦେହ କରାଯାଉଛି । ସୂଚନା ପାଇଁ ବନବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । କିନ୍ତୁ ଏବେ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ନେଇ ବନବିଭାଗ କହିଛନ୍ତି ।

Get real time updates directly on you device, subscribe now.