fbpx

ସମ୍ବଲପୁର ପୋଲିସକୁ ମିଳିଲା ବଡ଼ ସଫଳତା : ଜବତ ହେଲା ୧ଲକ୍ଷ ୨୦ ହଜାର ଟଙ୍କା ବ୍ରାଉନ ସୁଗର, ମାଫିଆ ଗିରଫ…..

ଓଡିଶା ଭାସ୍କର : ସମ୍ବଲପୁର ସହରରେ ବେଧଡକ ଭାବରେ ଧଳା ଜହରର କାରବାର ଚାଲିଛି। ଏହି ଧଳା ଜହର ବା ବ୍ରାଉନ ସୁଗର କାରବାରରେ ରୋକ ଲଗାଇବା ପାଇଁ ପୋଲିସ ଓ ଅବକାରୀ ବିଭାଗ ଅନେକ ଦିନରୁ ଚେଷ୍ଟା କରୁଥିଲେ । କିନ୍ତୁ ସତ ଚେଷ୍ଟା ପରେ ମଧ୍ୟ ପୋଲିସ କିମ୍ବା ଅବକାରୀ ବିଭାଗ ଏହିଁ କାରବାରକୁ ଅଟକାଇ ପାରିନଥିଲେ । ବ୍ରାଉନ ସୁଗର ମାଫିଆ ମାନେ ଖୋଲାଖୋଲି ଭାବରେ ଅବକାରୀ ବିଭାଗର ପାରିବାପଣିଆକୁ ଚେଲେଞ୍ଜ କରି ନିଶ୍ଚିନ୍ତରେ ସହରରେ ବ୍ରାଉନ ସୁଗର କାରବାର ଚଳାଉ ଥିବାର ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ସହରରେ ବ୍ରାଉନ ସୁଗର କାରବାର କୁ ମୂଳପୋଛ କରିବା ପାଇଁ ଅବକାରୀ କର୍ମଚାରୀମାନେ ରୀତିମତ ଭାବରେ ଚଢ଼ାଉ ଜାରି ରଖିଥିବା ବେଳେ, ଆଜି ସମ୍ବଲପୁର ଜିଲ୍ଲା ଅବକାରୀ ସଦର ରେଞ୍ଜ ଟିମକୁ ସଫଳତା ମିଳିଛି । ଅବକାରୀ ଟିମ ସହରର ସୁନାପାଲି ରେ ଚଢ଼ାଉ କରି ୧୨ ଗ୍ରାମ ବ୍ରାଉନ ସୁଗର କୁ ଜବତ କରିବା ସହ ଏମଡି ସରଫରାଜ ନାମକ ବ୍ରାଉନ ସୁଗର ମାଫିଆକୁ ଗିରଫ କରିଛି । ଗିରଫ ମାଫିଆ ଙ୍କ ଠାରୁ ଜବତ ବ୍ରାଉନ ସୁଗର ର ମୂଲ୍ୟ ୧ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି ।

ପୂର୍ବରୁ ମଧ୍ୟ ସହରର ସୁନାପାଲିରେ ଏକାଧିକ ଥର ବ୍ରାଉନ ସୁଗର କାରବାରରେ ବହୁ ମାଫିଆ ଗିରଫ ହୋଇଥିବା ବେଳେ ଏହାର ଲିଙ୍କ ରାଜ୍ୟ ବାହାରକୁ ଲମ୍ବି ଥିବାର ଅଭିଯୋଗ ହେଉଛି । ଏଥିସହ ସୁନାପାଲି ବ୍ରାଉନ ସୁଗର ମାଫିଆଙ୍କ ପାଇଁ ନିର୍ଭୟରେ ବ୍ୟବସାୟ କରିବା ପାଇଁ ଭୂସ୍ୱର୍ଗ ହୋଇଥିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଧାରଣା ସୃଷ୍ଟି ହେଉଛି । ତେବେ ଅବକାରୀ ବିଭାଗ ସୁନାପାଲି ରୁ ବେଆଇନ ବ୍ରାଉନ ସୁଗର କାରବାର ର ମୂଳାପୋଛ କେବେ କରିବ ଏବେ ତାକୁ ଅପେକ୍ଷା ରହିଛି ?

Get real time updates directly on you device, subscribe now.