fbpx

Team India ଜର୍ସିରେ ଲେଖାଯିବନି ‘INDIA’ : ‘ଭାରତ’ ଲେଖା ଜର୍ସି ପିନ୍ଧି ବିଶ୍ୱକପ ଖେଳିବ ଭାରତୀୟ ଦଳ

ନୂଆଦିଲ୍ଲୀ: ଏବେ ଦେଶର ନାମ ପରିବର୍ତ୍ତନ କରିବା ନେଇ ଖୁବ ଆଲୋଚନା ହେବାରେ ଲାଗିଛି । ‘ଇଣ୍ଡିଆ’ ପରିବର୍ତ୍ତେ ଏହାକୁ ‘ଭାରତ’ କରିବା ପାଇଁ ବିଚାର କରାଯାଉଛି । ଏହାମଧ୍ୟରେ ଭାରତୀୟ କ୍ରିକେଟ ଟିମର ଜର୍ସିରେ ମଧ୍ୟ ପରିବର୍ତ୍ତନ କରିବାକୁ ଦାବି ହୋଇଛି । ଭାରତୀୟ ଜର୍ସିରେ ଲେଖା ହେଉଥିବା ‘ଇଣ୍ଡିଆ’କୁ ବଦଳାଇ ଏହି ସ୍ଥାନରେ ‘ଭାରତ’ ଲେଖିବା ପାଇଁ ଦାବି କରିଛନ୍ତି ଭାରତର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ । ତେବେ ବିଶ୍ୱକପରେ ଏଭଳି ପଦକ୍ଷେପ ନେବା ପାଇଁ ସେ ବୋର୍ଡକୁ ଦାବି କରିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ଟ୍ୱିଟର)ରେ ଏକ ପୋଷ୍ଟ କରି ଏହି ଦାବି କରିଛନ୍ତି ବିରେନ୍ଦ୍ର ସେହୱାଗ । ଭାରତୀୟ ଟିମର ବିଶ୍ୱକପ ଜର୍ସିରେ ‘ଇଣ୍ଡିଆ’ ଲେଖିବା ପରିବର୍ତ୍ତେ ‘ଭାରତ’ ଲେଖିବା ଉଚିତ ବୋଲି ସେହୱାଗ ଦାବି କରିଛନ୍ତି । ଏହି ପୋଷ୍ଟରେ ସେ ବିସିସିଆଇ ଏବଂ ସଚିବ ଜୟ ଶାହଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି । ସେହୱାଗ ଲେଖିଛନ୍ତି ଯେ, ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯିବା ଏକ ଗର୍ବ ଅନୁଭବ କରିବ । ଆମେ ଭାରତୀୟ, କିନ୍ତୁ ‘ଇଣ୍ଡିଆ’ ନାମ ଆମକୁ ଇଂରେଜମାନେ ଦେଇଥିଲେ । କିନ୍ତୁ ଆମର ପ୍ରଥମ ନାମ ‘ଭାରତ’କୁ ପାଇବା ପାଇଁ ଦୀର୍ଘ ସମୟ ଲାଗି ସାରିଛି । ଏହାପରେ ସେ ଅପିଲ କରିଛନ୍ତି ଯେ ଆସନ୍ତା ଦିନିକିଆ ବିଶ୍ୱକପରେ ଭାରତୀୟ ଖେଳାଳିଙ୍କ ଜର୍ସିରେ ଭାରତ ଲେଖାଯିବା ଉଚିତ ।

ବିସିସିଆଇର ପୋଷ୍ଟକୁ ରିପୋଷ୍ଟ କରି ସେହୱାଗ ଲେଖିଛନ୍ତି ଯେ, ଏହା ଟିମ ଇଣ୍ଡିଆ ନୁହେଁ, ଟିମ ଭାରତ ।ଏହି ବିଶ୍ୱକପରେ ଯେତେବେ ଆମେ କୋହଲି, ରୋହିତ, ବୁମରାହ ଏବଂ ଜାଡେଜାଙ୍କୁ ସମର୍ଥନ କରିବା, ତେବେ ଆମ ହୃଦୟରେ ଭାରତ ରହିବା ଉଚିତ ଏବଂ ଖେଳାଳିଙ୍କ ଜର୍ସିରେ ମଧ୍ୟ ‘ଭାରତ’ ରହିବା ଉଚିତ । ଏହାପୂର୍ବରୁ ନେଦରଲାଣ୍ଡ ଏବଂ ମିଆଁମାର ନିଜ ନିଜର ନାମକୁ ପରିବର୍ତ୍ତନ କରିସାରିଛନ୍ତି ।

Get real time updates directly on you device, subscribe now.