fbpx

ବାଜିଲାଣି ‘ସୁନାମୀ’ର Alarm… ଚାରିଆଡ଼େ ଆତଙ୍କ, ଜୀବନ ବଞ୍ଚାଇବା ପାଇଁ ଯୁଦ୍ଧ ଆରମ୍ଭ

ନୂଆଦିଲ୍ଲୀ: ଭାରତକୁ ଏବେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି । କେବେ ବାତ୍ୟା ତ କେବେ ସୁନାମୀ ତ ପୁଣି କେବେ ଭୟଙ୍କର ରୋଗ । ବିଜ୍ଞାନ ଯେତେ ଆଗକୁ ଯାଉଛି, ମଣିଷ ଜାତିକୁ ସେତେ ବିପଦ ଘନେଇବାରେ ଲାଗିଛି । ଏହା ଭିତରେ ଗୋଆରେ ‘ସୁନାମୀ’କୁ ନେଇ ଚେତାବନୀ ସୂଚନା ଜାରି ହୋଇଛି । ଗୋଆର ପୋରବୋରିମସ୍ଥିତ ପାରମ୍ଭିକ ଚେତାବନୀ ପ୍ରସାର ପ୍ରଣାଳୀରୁ ଏହି ସାଇରନ୍ ବାଜିଥିବା ଜାଣିବାକୁ ମିଳିଛି । ଯାହାକୁ ନେଇ ସବୁଆଡ଼େ ଆତଙ୍କ ଖେଳିଯାଇଛି । ଏ ନେଇ ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ପ୍ରାରମ୍ଭିକ ଚେତାବନୀ ପ୍ରସାର ପ୍ରଣାଳୀ ଗୋଆ ରାଜଧାନୀ ପଣଜୀ ବାହାର ଇଲାକାରେ ଉତ୍ତର ଗୋଆର ପୋରବୋରିମଠାରେ ସ୍ଥାପିତ ହୋଇଛି । ତେବେ ବୁଧବାର ରାତି ପ୍ରାୟ ୯ଟା ବେଳେ ଏଠାରେ ସୁନାମୀର ପୂର୍ବ ସାଇରନ(ଆଲାର୍ମ) ବାଜିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ଖେଳିଯାଇଛି । ସମସ୍ତେ ନିଜ ଜୀବନ ରକ୍ଷା କରିବା ପାଇଁ ଚେଷ୍ଟା କରୁଥିବା ବେଳେ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି । ଉତ୍ତର ଗୋଆର ଜିଲ୍ଲ ଅଧିକାରୀ ମାମୁ ହେଗେ କହିଛନ୍ତି ଯେ, ଏହି ସାଇରନ୍ ଏକ ଭୁଲ ଚେତାବନୀ ଥିଲା । କୌଣସି ଅଧିକାରୀଙ୍କଠାରୁ ସୁନାମୀ ନେଇ କୌଣସି ସୂଚନା ମିଳିନାହିଁ । ତେବେ କୌଣସି ପୂର୍ବାଭ୍ୟାସ କିମ୍ବା କାର୍ଯ୍ୟକ୍ରମ ମଧ୍ୟ ନଥିବା ସେ ପ୍ରକାଶ କରିଛନ୍ତି । ତେବେ ଭାରତୀୟ ପାଣିପାଗ ବିଭାଗ କିମ୍ବା ଭାରତୀୟ ରାଷ୍ଟ୍ରୀୟ ମହାସାଗର ସୂଚନା ସେବା କେନ୍ଦ୍ର ପକ୍ଷରୁ ଏଭଳି କୌଣସି ଚେତାବନୀ ଜାରି କରାଯାଇ ନାହିଁ ବୋଲି ସେ ବ୍ୟକ୍ତିଗତ ଭାବରେ ଯାଞ୍ଚ କରିଥିବା କହିଛନ୍ତି ଜିଲ୍ଲା ଅଧିକାରୀ ।

ତେବେ ଏହି ସାଇରନ୍ ଶୁଣି ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ଯାଇଥିବା ବେଳେ ପରେ ଏହା ଏକ ମକଡ୍ରିଲ ହୋଇପାରେ ବୋଲି ଜାଣି ପାରିଥିଲେ । ତେବେ ଡବ୍ଲୁଆରଡି ମନ୍ତ୍ରୀ ସୁଭାଗ ଶିରୋଡକର କାର୍ଯ୍ୟାଳୟକୁ ରିପୋର୍ଟ ମାଗିଥିବା କହିଛନ୍ତି । ସେପଟେ ଗୋଆରେ ଏଭଳି କୌଣସି ସୁନାମୀର ବିପଦ ନାହିଁ, ଏବଂ ଭାରତୀୟ ରାଷ୍ଟ୍ରୀୟ ମହାସାଗର ସୂଚନା କେନ୍ଦ୍ର ଦ୍ୱାରା ଏ ନେଇ ଆଲର୍ଟ ଜାରି ହୋଇ ନଥିବା ସ୍ପଷ୍ଟ ହୋଇଛି । କିନ୍ତୁ ସୁନାମୀ ନେଇ ବାଜିଥିବା ଏହି ସାଇରନ୍ େôକ୍ ଏବଂ ଭୁଲ ବୋଲି ଜଣାଯାଇଛି ।

Get real time updates directly on you device, subscribe now.