fbpx

କଂଗ୍ରେସରୁ ମନ୍ମଥ ରାଉତରାୟ ନିଲମ୍ବିତ, ପିସିସି ସଦସ୍ୟ ଥାଇ ପାର୍ଟି ବିରୋଧରେ ଦେଇଥିଲେ ବୟାନ

ଭୁବନେଶ୍ୱର: କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି ଦଳର ବରିଷ୍ଠ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସର ନ ହେବା ନେଇ ମିଡିଆରେ କହିଥିଲେ । ଯେଉଁଥି ପାଇଁ କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗଣମାଧ୍ୟମରେ କଂଗ୍ରେସ ପକ୍ଷରୁ ନିର୍ବାଚନ ନଲଢିବା ପାଇଁ ବୟାନ ଦେଇଥିଲେ ମନ୍ମଥ । ଏଥି ପାଇଁ ତାଙ୍କୁ ସୋ’ କଜ୍ ନୋଟିସ ଦିଆଯାଇଥିଲା । ତେବେ ସେ ଏହାର ଉତ୍ତର ନଦେବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ବୁଧବାର ମନ୍ମଥ ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ଜଣାଇଥିଲେ କି ସେ ଆଗାନୀ ବିଧାନସଭା ନିର୍ବାଚନରେ କଂଗ୍ରେସରୁ ଲଢିବେ ନାହିଁ । ତେବେ ସେ କେଉଁ ଦଳରୁଲଢିବେ ସେ ନେଇ କୌଣସି ସୂଚନା ଦେଇ ନଥିଲେ । ପୁର୍ବରୁ ସୁର ରାଉତରାୟ ମନ୍ମଥଙ୍କୁ ତାଙ୍କର ରାଜନୈତିକ ଉତରାଧିକାରୀ ଘୋଷଣା କରିଥିଲେ । ଏହାପରେ ମନ୍ମଥ ନିର୍ବାଚନମଣ୍ଡଳି ସାରା ବୁଲି ବିଭୀନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ଥାନୀୟ ଲୋକମାନଙ୍କ ସହିତ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରୁଥିଲେ । ନିର୍ବାଚନରେ ସକ୍ରିୟହେବା ପାଇଁ ମନ୍ମଥ ଦୁଇ ମାସ ତଳେ ଚାକିରିରୁ ଇସ୍ତଫା ଦେଇଥିଲେ ।

ତେବେ ପୁଅର ଏପରି ବୟାନ ପରେ ସୁର ରାଉତରାୟ ଏହାକୁ ଖଣ୍ଡନ କରିଥିଲେ ଏବଂ ପୁଅ କେବଳ କଂଗ୍ରେସରୁ ଲଢିବ ବୋଲି କହିଥିଲେ । ଏହା ସହିତ ପୁଅ ଦଳରେ ଥାଇ ଶୃଙ୍ଖଳା ଭଙ୍ଗ କରତିଥିବାରୁ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ ।

Get real time updates directly on you device, subscribe now.