fbpx

ଐତିହାସିକ ଜିନିଷ ବସ୍ତୁ ନୁହେଁ ଏହା ଏକ ଆସ୍ଥା: ଖୁବଶିଘ୍ର ଭାରତକୁ ଫେରିବ ଛତ୍ରପତି ଶିବାଜୀଙ୍କ ‘ବାଘନଖ’

ମହାରାଷ୍ଟ୍ର : ଇଂରେଜ ଶାସନ କାଳରେ ଭାରତରୁ ଅନେକ ଐତିହାସିକ ବସ୍ତୁ ଇଂରେଜମାନେ ହଡପ କରି ନେଇଥିଲେ । ଏହାକୁ ଫେରାଇବା ପାଇଁ ଭାରତ ସବୁବେଳେ ଚେଷ୍ଟା ଚଲାଇଥିବା ବେଳେ ଏବେ ସଫଳତା ମିଳିଛି । ଏହି ସଫଳତା ହେଉଛି ଖୁବ ଶିଘ୍ର ଭାରତକୁ ଫେରିବ ଛତ୍ରପତି ଶିବାଜୀଙ୍କ ‘ବାଘନଖ’ । ମହାରାଷ୍ଟ୍ର ସରକାରର ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗତୀୱାର ଏହାର ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ନଭେମ୍ବର ସୁଧା ଏହାକୁ ଭାରତ ଆଣିବାକୁ ଚେଷ୍ଟା କରାଯାଉଛି ।

ସଂସ୍କୃତି ମନ୍ତ୍ରୀଙ୍କ କହିଛନ୍ତି ‘୧ ଅକ୍ଟୋବରରେ ତାଙ୍କ ବିଭାଗର ସଚିବ ଏବଂ ଭାରତୀୟ ପତ୍ନତାତ୍ତ୍ୱିକ ସର୍ବେକ୍ଷଣ ଅଧିକାରୀ ଲଣ୍ଡନ ଯାତ୍ରାରେ ଯାଉଛନ୍ତି । ଏହି ଯାତ୍ରାରେ ବିଟ୍ରେନ ସରକାରଙ୍କ ସହିତ ଛତ୍ରପତି ଶିବାଜୀଙ୍କ ‘ବାଘନଖ’ଭାରତ ନେବା ପାଇଁ ଏମଓୟୁ କରାଯିବ । ଏହା ଛଡା ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନଙ୍କ ସହିତ ସାକ୍ଷାତ କରିବା ପାଇଁ ସମୟ ମଧ୍ୟ ମଗା ଯାଇଛି ।’

ବ୍ରିଟେନର ଭିକ୍ଟୋରିଆ ଏଲବର୍ଟ ମ୍ୟୁଜିୟମରେ ଏହି ‘ବାଘନଖ’ ରଖାଯାଇଛି । ଏହି ବାଘନଖ ବହୁ ପୁରୁଣା ଏବଂ ଐତିହାସିକ । ଛତ୍ରପତି ଶିବାଜୀ ଏହି ବାଘନଖ ଦ୍ୱାରା ବିଜାପୁର ସୁଲତାନଙ୍କ ସେନାପତି ଅଫଜଲ ଖାନଙ୍କୁ ମାରିଥିଲେ । ଏହି ବାଘ ନଖକୁ ଭାରତ ଆଣିଲା ପରେ ଏହାକୁ ପଦର୍ଶନ ପାଇଁ ମ୍ୟୁଜିୟମରେ ରଖାଯିବ । ଏହା ଛଡା ଛତ୍ରପତି ଶିବାଜୀଙ୍କ ଖଣ୍ଡାକୁ ମଧ୍ୟ ଫେରାଇ ଆଣିବାକୁ ଚେଷ୍ଟା ଚାଲିଛି । ଏହା ଉପରେ ଏବେ ବିଚାର କରାଯାଉଛି ।

‘ବାଘନଖ’କୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ନାଥ ସିନେ୍ଧ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ନାଭିସ, ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ସାଙ୍ଗରେ ରହିବେ । ଏହି ବାଘ ନଖ ଆସିବା ପରେ ଭାରତରେ ଏକ ବଡ ସମାରୋହର ମଧ୍ୟ ଆୟୋଜନ କରାଯିବ । ଛତ୍ରପତି ଶିବାଜୀଙ୍କ ରାଜ୍ୟାଭିଶେକ ସମାରୋହ ୩୫୦ ବର୍ଷ ପୂରଣ ଅବସରରେ ସଂସ୍କୃତି ବିଭାଗ ଅନେକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରୁଛନ୍ତି ।

Get real time updates directly on you device, subscribe now.