fbpx

ଚାରି ଦିନରେ ୫୦୦ କୋଟିର କ୍ଲବରେ ସାମିଲ ହେଲା ଯବାନ: ପ୍ରଥମ ସପ୍ତାହରେ ଅଧିକ ଟଙ୍କା ରୋଜଗାର କରିବାରେ ଏହା ପ୍ରଥମ ଚଳଚ୍ଚିତ୍ର

ନୂଆଦିଲ୍ଲୀ: ଯବାନକୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଏକ୍ସାଇଟମେଣ୍ଟ ଦେଖିବାକୁ ମିଳିଛି । ସମସ୍ତେ ଫିଲ୍ନର ପ୍ରଶଂସା କରୁଛନ୍ତି ଏବଂ ଏଥିରେ ଯବାନ ବକ୍ସ ଅଫିସରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ଯବାନ ଫିଲ୍ମ ରିଲିଜର ୪ ଦିନ ମଧ୍ୟରେ ବକ୍ସ ଅଫିସରେ ବହୁ ରେକର୍ଡ ଭାଙ୍ଗିଛି । ବର୍ତ୍ତମାନ ଶାହରୁଖ ଖାନଙ୍କ ଫିଲ୍ମ ୫୦୦ କୋଟିର କ୍ଲବରେ ସାମିଲ ହୋଇଛି ।

ଫ୍ୟାନ୍ସ ଶାହରୁଖ ଖାନଙ୍କ ଫିଲ୍ମରେ ଭଲପାଇବା ପ୍ରଦର୍ଶନ କରିଛନ୍ତି । ଯବାନ ଭାରତରେ ୪ଦିନ ମଧ୍ୟରେ ୨୮୬.୧୬ କୋଟି ରୋଜଗାର କରିସାରିଛି, ସେହିପରି ଏବେ ଚାରି ଦିନରେ ଫିଲ୍ମ ୱାର୍ଲଡୱାଇଡ ୫୨୦.୭୯ କୋଟିର କଲେକ୍ସନ କରିଛି । ଏଥି ସହିତ ଯବାନ ହିନ୍ଦୀ ସିନେମାର ୱିକେଣ୍ଡରେ ସବୁଠାରୁ ଅଧିକ କଲେକ୍ସନ କରୁଥିବା ଫିଲ୍ମ ହୋଇଛି ।

ଫିଲ୍ମ ଯବାନ ପ୍ରଥମ ଦିନ ୭୫ କୋଟିର କଲେକ୍ସନ କରିଛି । ସେହିପରି ଦ୍ୱିତୀୟ ଦିନ ଫିଲ୍ମ ୫୩.୨୩ କୋଟି ରୋଜଗାର କରିଛି । ତୃତୀୟ ଦିନ ଫିଲ୍ମ ୭୭.୮୩ କୋଟିର ରୋଜଗାର କରିଛି ଏବଂ ଚତୁର୍ଥ ଦିନ ଯବାନ ୮୦.୦୧ କୋଟି ଟଙ୍କା ରୋଜଗାର କରିଛି । ସେହିପରି ଚାରି ଦିନରେ ଫିଲ୍ମ ସମୁଦାୟ ୨୮୬.୧୬ କୋଟିର ବିଜନେସ କରିବାରେ ସଫଳତା ହାସଲ କରିଛି । ଏବେ ୫ ଦିନର କଲେକ୍ସନ ସାମ୍ନାକୁ ଆସିବା ପାଇଁ ବାକି ଅଛି । ଯାହାପରେ ଫିଲ୍ମ ୩୦୦ କୋଟି ପାର କରିଛି ।

Get real time updates directly on you device, subscribe now.