fbpx

ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ମୁଖୂମନ୍ତ୍ରୀ ମମତା ବାନାର୍ଜୀ, କହିଲେ ‘ଭାରତ’ ନାମକୁ ନେଇ କୌଣସି ଆପତ୍ତି ନାହିଁ ହେଲେ..

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଣ୍ଡିଆ ବା ଭାରତ ନାମ ବିବାଦକୁ ନେଇ ପୁଣି ନିଜର ମତ ରଖିଛନ୍ତି । ସେ ସୋମବାର ଦିନ ଏକ ପ୍ରେସ ବାର୍ତ୍ତାକୁ ସମ୍ବୋଧିତ କରି, ଏହି ପ୍ରସଙ୍ଗ ଉପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ‘ଆମକୁ ଭାରତ ନାମକୁ ନେଇ କୌଣସି ଆପତ୍ତି ନାହିଁ । ହେଲେ ସମ୍ବିଧାନରେ ବିନା ସଂଶୋଧନରେ ଇଣ୍ଡିଆ ନାମ ହଟାଯିବା ଅସାମ୍ବିଧାନିକ ଏବଂ ଭୁଲ ହେବ ।’ ସେ ମହାତ୍ମା ଗାନ୍ଧୀଙ୍କ ସ୍ମୃତି ପୀଠ ରାଜଘାଟକୁ ନେଇ ମଧ୍ୟ ବିବୃତ୍ତି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି ଯେ, ‘ ଦୁଇ ଅକ୍ଟୋବରରେ ଆମେ ପ୍ରାର୍ଥନା କରିବା ଲାଗି ରାଜଘାଟ ଯାଇପାରୁ, ସେଠାରେ ଆମକୁ କେହି ରୋକିବେ ନାହିଁ । ଏହାପରେ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାଜଘାଟ ଯିବା ପାଇଁ ଦିଲ୍ଲୀ ପୋଲିସ ଆମକୁ ଅନୁମତି ଦେବାକୁ କିଏ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହୁରୀ ଅନେକ ପ୍ରସଙ୍ଗକୁ ନେଇ ନିଜ ମତ ରଖିଛନ୍ତି । ଟିଏମସି ନେତା ଏବଂ ନିଜ ଭଣଜା ଅଭିଷେକ ବାନାର୍ଜୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତରଫରୁ ପଚରାଉଚରା ପାଇଁ ଡକାଯିବାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟାର୍ଗେଟ କରିଛନ୍ତି ।

ଇଡି ୧୩ ସେପ୍ଟେମ୍ବରକୁ ଅଭିଷେକ ବାନାର୍ଜୀଙ୍କୁ ପଚରାଉଚରା ପାଇଁ ଡକାଇଛି । ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଏହା ରାଜନୈତିକ ପ୍ରତିଶୋଧ ଅଟେ । ଅଭିଷେକଙ୍କ ବିରୋଧରେ କିଛି ପ୍ରମାଣ ନାହିଁ, ତାଙ୍କୁ ହଇରାଣ କରାଯାଉଛି ।

Get real time updates directly on you device, subscribe now.