fbpx

ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ମାମଲା ଚାଲିପାରିବ, ତଦନ୍ତ ପାଇଁ ସରକାରଙ୍କ ଅନୁମତି ଆବଶ୍ୟକ ନାହିଁ: ସୁପ୍ରିମ କୋର୍ଟ

ନୂଆଦୀଲ୍ଲୀ : ସୋମବାର ସୁପ୍ରିମକୋର୍ଟ ଏକ ଆଦେଶ ଜାରି କରିଛନ୍ତି । ଏହି ଆଦେଶ ଅନୁସାରେ ଯୁଗ୍ମ ସଚିବ କିମ୍ବା ଏହା ଠାରୁ ଉପର ପାହ୍ୟାର ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ମାମଲା ଚାଲିପାରିବ ଏବଂ ବିଧିବଦ୍ଧ ଭାବରେ ତଦନ୍ତ ହୋଇପାରିବ । ତେବେ ଏଥିପାଇଁ କେନ୍ଦ୍ର ସରକାର କିମ୍ବା ଉଚ୍ଚ ଅଧିକାରୀଙ୍କ ଅନୁମତିର ଆବଶ୍ୟକ ନାହିଁ । ସୁପ୍ରିମକୋର୍ଟ ଏହି ଆଦେଶ ଦେଇଛନ୍ତି । ଏହି ଆଦେଶ ୨୦୧୪ରୁ ଥିବା ମାମଲା ଉପରେ ମଧ୍ୟ ଲାଗୁ ହେବ ।

ଦିଲ୍ଲୀ ସ୍ପେସାଲ ପୋଲିସ ଏଷ୍ଟାବିଶମେଣ୍ଟ ଆକ୍ଟ ୧୯୪୬ ରେ ଧାରା ୬ (ଏ) ଯୋଡା ଯାଇଥିଲା । ଏଥିରେ କିଛି ଦୁର୍ନୀତି ଆଧକାରୀଙ୍କୁ ଯାଞ୍ଚରୁ ସୁରକ୍ଷା ଦିଆଯାଇଥିଲା । କିନ୍ତୁ ୨୦୧୪ରେ ସୁପ୍ରିମ କୋର୍ଟ ଏକ ଆଦେଶ ଦେଇ ଏହି ଧାରାକୁ ଅସାମ୍ବିଧାନିକ ଘୋଷଣା କରିଥିଲା । ବର୍ତ୍ତମାନ ଜଷ୍ଟିସ ସଞ୍ଜୟ କିଷନ କୌଲଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟରେ ୨୦୧୪ରେ ନିଜ ରାୟ କଥା ଉଠାଇ କହିଥିଲେ, ସେତେବେଳେ ଡିଏସପି ଆକ୍ଟ ୧୯୪୬ର ଧାରା ୬(ଏ)କୁ ରଦ୍ଦ କରାଯାଇଥିଲା । କିନ୍ତୁ ଏବେ ଏହି ଆଦେଶ ପୂର୍ଣ୍ଣ ପ୍ରଭାବ ସହ ଲାଗୁ ହେବ ।

ସୁପ୍ରିମକୋର୍ଟ କହିଛନ୍ତି, ଏହି ଆଦେଶ ୨୦୧୪ ପୂର୍ବରୁ ମଧ୍ୟ ଲାଗୁ ହେବ । ଡିପିଏସଇ ଆଇନର ଧାରା ୬(ଏ) ରେ ଧାର୍ଯ୍ୟ ହୋଇଥିବା ଯୁଗ୍ମ ସଚିବ ଏବଂ ଏହାଠାରୁ ଉଚ୍ଚ ପାହ୍ୟାର ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ମାମଲର ଯାଞ୍ଚ କରିବା ପାଇଁ ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନୁମତି ନେବାକୁ ପଡିବ । ସୁବ୍ରମଣ୍ୟମ ସ୍ୱାମୀ ବନାମ ୟୁନିଅନ ଅଫ ଇଣ୍ଡିଆ ମାମଲାରେ ୨୦୧୧୪ର ଉକ୍ତ ନିଷ୍ପତି ଏହି ଧାରାକୁ ଅସମ୍ବିଧାନିକ ମାନ୍ୟତା ଦେଇଥିଲେ । ଜଷ୍ଟିସ କୌଲ, ଜଷ୍ଟିସ ସଞ୍ଜୟ ବିକ୍ରମ ନାଥ ଏବଂ ଜଷ୍ଟିସ ଜେ.କେ ମହେଶରୀଙ୍କ ଖଣ୍ଡପିଠଙ୍କ ସମ୍ମୁଖରେ ୨୦୧୪ର ଉକ୍ତ ନିଷ୍ପତିକୁ ପଛୁଆ ଲାଗୁ କରିବା ସମ୍ପର୍କିତ ମାମଲା ରହିଥିଲା ।

ଜଷ୍ଟିସ ନାଥ ମୌଖିକ ଭାବେ ନିଷ୍ପତି ଶୁଣାଇ କହିଛନ୍ତି,ଡିଏସପିଇ ଆକ୍ଟ ଧାରା୬(ଏ) କେବଳ ଏକ ପ୍ରକ୍ରିୟାର ଅଂଶ ଏବଂ ଏହା କୌଣସି ନୂଆ ଅପରାଧ ସୃଷ୍ଟି କରେ ନାହିଁ । ଧାରା ୬(ଏ)ର ବୈଧତା ଉପରେ ସମ୍ବିଧାନର ଅନୁଚ୍ଛେଦ ୨୦(୧) ଲଗୁ ହୁଏ ନାହିଁ । ଖଣ୍ଡପିଠ ତରଫରୁ ହୋଇଥିବା ଘୋଷଣା ପଛୁଆ ଭାବେ ଲାଗୁ ହେବ । ଗତ ବର୍ଷ ନଭେମ୍ବରରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶୁଣାଣି ପରେ ସୁପ୍ରିମକୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ । ୬(ଏ) ଆକ୍ଟକୁ ରଦ୍ଦ କରିବା ପାଇଁ ୨୦୧୪ରେ ଏକ ନିସ୍ପତି ହୋଇଥିଲା ଯେଉଁଥିରେ କିଛି ସରକାରୀ ଅଧିକାରୀଙ୍କ ବିରୋଧରେ ତଦନ୍ତ ପାଇଁ କେନ୍ଦ୍ରସରକାରଙ୍କ ଅନୁମତିର ଆବଶ୍ୟକତା ଥିଲା । ତେବେ ଏହି ପଡି ରହିଥିବା ମାମଲା ଉପରେ ଏହା ଲାଗୁ କରାଯିବ କି ନାହିଁ ତାହା ଉପରେ ଶୁଣାଣୀ ହୋଇଥିଲା ।

Get real time updates directly on you device, subscribe now.