fbpx
BSKY SKY
BSKY SKY

ଆରମ୍ଭ ହେଲା ଷ୍ଟାଫ ସିଲେକ୍ସନ ବୋର୍ଡ ପକ୍ଷରୁ ଆବେଦନ ପ୍ରକ୍ରିୟା: ନିଯୁକ୍ତ ହେବେ ୧୦୬୫ ଅଧ୍ୟାପକ

BSKY

ଭୁବନେଶ୍ୱର: ରାଜ୍ୟରେ ବେସରକାରୀ ଅନୁପ୍ରାପ୍ତ କଲେଜରେ ୧୦୬୫ ଅଧ୍ୟାପକ ନିଯୁକ୍ତ ହେବେ । ତେବେ ଏଥିପାଇଁ ଆବେଦନ ପ୍ରକ୍ରିୟା ସୋମବାର ଠାରୁ ଆରମ୍ଭ ହୋଇଛି । ଏହି ଆବେଦନ ପ୍ରକ୍ରିୟା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଆବେଦନ କରିବା ଲାଗି ଇଛୁକ ପ୍ରାର୍ଥୀମାନେ ଷ୍ଟାଫ୍ ସିଲେକ୍ସନ ବୋର୍ଡର ୱେବସାଇଟ WWW.ssbodisha.ac.in କୁ ଯାଇ ଅବେଦନ କରିପାରିବେ । ସମସ୍ତ ସୂଚନା ଏହି ୱେବସାଇଟରେ ରହିଛି ।

ଓଆରଏସପି ନିୟମ ୨୦୧୭ ଅନୁଯାୟୀ, ପେ ମାଟ୍ରିକ୍ସ ଲେଭେଲ୍-୧୦ ଅନୁଯାୟୀ ଦରମା ପ୍ରଦାନ କରାଯିବ । ସ୍କେଲ ପେ ୪୪୦୦୦ରୁ ୧୪୨୪୦୦ ପର୍ଯ୍ୟନ୍ତ ରହିଛି । ଏଥିସହ ଡିଏ ମଧ୍ୟ ରହିଛି । ୨୮ ବିଭାଗରେ ନିଯୁକ୍ତି ଦିଆଯିବ । ଏଥିରେ ଅବେଦନ କରିବା ଲାଗି ୨୧ରୁ ୪୨ ବର୍ଷ ବୟସ ସୀମା ରହିଛି । ଏସସି ଓ ଏସଟି, ଏସଇବିସି ମହିଳା ଓ ଏକ୍ସ ସର୍ଭିସ ମ୍ୟାନର ବର୍ଗର ପ୍ରାର୍ଥୀଙ୍କୁ ୫ ବର୍ଷ ଛାଡ କରାଯିବ । ଶାରିରୀକ ଭିନ୍ନକ୍ଷମ ପ୍ରାର୍ଥୀଙ୍କ କ୍ଷେତ୍ରରେ ୧୦ ବର୍ଷ ଛାଡ କରାଯାଇଛି ।

ଶିକ୍ଷାଗତ ଯୋଗ୍ୟତାରେ ସାଧାରଣ ବର୍ଗର ପ୍ରାର୍ଥୀ ସ୍ନାରକୋତ୍ତରରେ ସର୍ବନମ୍ନ ୫୫ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ଅନ୍ୟବର୍ଗ ପାଇଁ ୫୦ ପ୍ରତିଶତ ମାର୍କ ରଖାଯାଇଛି । ସିଲେକ୍ସନ ପ୍ରକ୍ରିୟା ୨ ପର୍ଯ୍ୟାୟରେ କରାଯିବ । ଯେଉଁଥିରେ ୨୫ ମାର୍କରେ କ୍ୟାରିୟର ମାକିଁ ରହିଛି । ଏଥିରେ ୧୫୦ ମାର୍କର ଲିଖିତ ପରୀକ୍ଷା କରାଯିବ ଏବଂ ୨୫ ମାର୍କର ମୌଖିକ ପରୀକ୍ଷା ରହିଛି । ସାଧାରଣ ବର୍ଗ ପାଇଁ ଆବେଦନ କରିବା ଫି ୫୦୦ ଟଙ୍କା ରହିଥିବା ବେଳେ ଏସଇବିସି ପ୍ରାଥୀଙ୍କ ପାଇଁ ୨୦୦ ଟଙ୍କା ରହିଛି । ଏସସି, ଏସଟି ଓ ଶାରିରୀକ ଭିନ୍ନକ୍ଷମ ପ୍ରାର୍ଥୀମାନେ ମାଗଣାରେ ଆବେଦନ କରିପାରିବେ ।

Get real time updates directly on you device, subscribe now.