fbpx

India vs Pakistan, Asia Cup 2023: ଭାରତ-ପାକିସ୍ତାନ ମଧ୍ୟରେ ତୃତୀୟ ମ୍ୟାଚ୍ ପକ୍କା! ଜାଣନ୍ତୁ ଏସିଆ କପ୍ ସମୀକରଣ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ରେ ସୁପର୍ ୪ ରୋମାଞ୍ଚ ଏବେ ବଢିବାକୁ ଲାଗିଛି । ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ସୁଦ୍ଧା ଭାରତ-ପାକିସ୍ତାନ ମଧ୍ୟରେ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହୋଇସାରିଲାଣି । ଗ୍ରୁପ୍ ପର୍ଯ୍ୟାୟରେ ମ୍ୟାଚ୍ ବର୍ଷା ପାଇଁ ବାତିଲ ହୋଇଯାଇଥିବା ବେଳେ ସୁପର୍ ୪ରେ ପୁଣି ଥରେ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଭାରତୀୟ ଟିମ୍ ପାକିସ୍ତାନକୁ ୨୨୮ ରନ୍‌ରେ ପରାଜିତ କରିଛି ।

ଏହା ଦିନିକିଆ ଇତିହାସରେ କ୍ରିକେଟ୍ ଇତିହାସରେ ପାକିସ୍ତାନ ବିପକ୍ଷରେ ଭାରତ ସବୁଠୁ ବଡ଼ ବିଜୟ । ଏହି ମୁକାବିଲା ସହିତ ସୁପର-୪ ପଏଣ୍ଟ ଟେବୁଲ୍‌ରେ ରୋମାଞ୍ଚ ବଢିଯାଇଛି । କିନ୍ତୁ ଏହା ସହିତ ପ୍ରଶଂସକ ମାନଙ୍କ ପାଇଁ ଆଉ ଏକ ଖୁସ ଖବର ସାମ୍ନାକୁ ଆସିଛି ।

ଶ୍ରୀଲଙ୍କାଠୁ ଜିତିଲେ ଫଅଇନାଲରେ ପହଞ୍ଚିବ ଭାରତ:

କ୍ରିକେଟ୍ ପ୍ରଶଂସକମାନେ ମଧ୍ୟ ଏହି ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୃତୀୟ ମହାନ ମ୍ୟାଚ୍ ଦେଖିବାକୁ ପାଇପାରନ୍ତି । ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଦୁଇ ଦଳ ମଧ୍ୟରେ ଏହି ସଂଘର୍ଷ ହୋଇପାରେ । ଏହି ଟାଇଟଲ୍ ମ୍ୟାଚ୍ ୧୭ ସେପ୍େଟମ୍ବରରେ କଲମ୍ବୋରେ ଖେଳାଯିବ ।

ଭାରତୀୟ ଦଳ ମଙ୍ଗଳବାର (୧୨ ସେପ୍ଟେମ୍ବର) ଶ୍ରୀଲଙ୍କା ବିପକ୍ଷରେ ସୁପର -୪ ରେ ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ପଡିବ। ଏହି ମ୍ୟାଚ୍ ଜିତି ଭାରତୀୟ ଦଳ ଫାଇନାଲରେ ସ୍ଥାନ ସୁରକ୍ଷିତ କରିବ। ଯଦି ଏହା ହୁଏ, ତେବେ ପାକିସ୍ତାନକୁ ସୁପର -୪ ରେ ଶେଷ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିବାକୁ ପଡିବ। ଯଦି ଉଭୟ ମ୍ୟାଚ୍ ସମାନ ହୁଏ, ତେବେ ଫାଇନାଲରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ନିଶ୍ଚିତ ହେବ।

Get real time updates directly on you device, subscribe now.