fbpx

PGCIL ରେ 400ରୁ ଅଧିକ ପଦବୀ ରହିଛି ଖାଲି, ୨୩ ସେପ୍ଟେମ୍ବର ଆବେଦନର ଶେଷ ତାରିଖ

ଡିପ୍ଲୋମା କରିଥିବା ପ୍ରାର୍ଥୀଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ । ସରକାରୀ ଚାକିରି ଖୋଜୁଥିବା ଯୁବପିଢି ଏଥିରେ ଆବେଦନ କରିପାରିବେ । ପାଓ୍ଵର ଗ୍ରୀଡ କର୍ପୋରେସନ ଇଣ୍ଡିଆ ଲିମିଟେଡରେ ଡିପ୍ଲୋମା ଟ୍ରେନି( ଇଲେକ୍ଟ୍ରିକାଲ, ସିଭିଲ, ଇଲେକ୍ଟ୍ରୋନିକ୍ସ) ପଦବୀରେ ଭର୍ତ୍ତି ପାଇଁ ବିଜ୍ଞାପନ ଜାରି କରାଯାଇଛି । ଏଥିରେ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ powergrid.in କୁ ଯାଇ ଆବେଦନ କରିବାକୁ ହେବ ।

ପଦବୀ ବିବରଣୀ : ୪୨୫

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୩ ସେପ୍ଟେମ୍ବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ସମ୍ବନ୍ଧୀୟ କ୍ଷେତ୍ରରେ କୌଣସି ମାନ୍ୟତାପ୍ରାପ୍ତ ଟେକ୍ନିକାଲ ବୋର୍ଡ କିମ୍ବା ଇନଷ୍‌ଟିଚ୍ୟୁଟରୁ ୩ ବର୍ଷର ଫୁଲ ଟାଇମ୍‌ ରେଗୁଲାର ଇଂଜିନିୟରିଂ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୨୭ ବର୍ଷ ହେବା ଜରୁରୀ ।

ଆବେଦନ ଶୁଳ୍କ : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୩୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।

କେମିତି କରିବେ ଆବେଦନ :
ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟ powergrid.in କୁ ଯାଆନ୍ତୁ ।
ଏଠାରେ ପ୍ରଥମେ କ୍ୟାରିଅରକୁ ଯାଇ ଜବ୍‌ ଓପରଚ୍ୟୁନିଟିକୁ ଯାଇ ରିଜନାଲ ଓପନିଂସରେ କ୍ଲିକ୍‌ କରନ୍ତୁ ।
ଏହାପରେ ଫର୍ମ ସବିମିଟ୍‌ କରି ଫର୍ମ ଅପଲୋଡକ କରି ଆବେଦନ ଶୁଳ୍କ ଜମା କରନ୍ତୁ ।
ଏହାପରେ ଭବିଷ୍ୟ ପାଇଁ ଏକ ପ୍ରିଣ୍ଟ ଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍‌ କରନ୍ତୁ : 

https://www.powergrid.in/sites/default/files/inline-files/Detailed_Advt_DT_Final_2022.

Get real time updates directly on you device, subscribe now.