fbpx

ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ବୈଜ୍ଞାନିକଙ୍କ ବଡ଼ ସଫଳତା: କ୍ୟାନସରକୁ ଚିହ୍ନଟ କରିବା ଓ ସେଲକୁ ନଷ୍ଟ କରିବା ପାଇଁ ପ୍ରସ୍ତୁତ ହେଲା ହାଇବ୍ରିଡ୍ ନାନୋପାର୍ଟିକିଲସ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କ୍ୟାନସର ଏକ ଭୟଙ୍କର ବୀମାରୀ । ଗତ ୨୦୨୦ ମସିହାରେ ୭.୭ ଲକ୍ଷ, ୨୦୨୧ରେ ୭.୯ ଲକ୍ଷ ଓ ୨୦୨୨ରେ ୮.୦୮ ଲକ୍ଷ ଲୋକଙ୍କର କ୍ୟାନସର କାରଣରୁ ମୃତ୍ୟୁ ଘଟିଥିବା ବେଳେ ୨୦୨୫ରେ ଏହା ୧୫.୭ ଲକ୍ଷକୁ ବୃଦ୍ଧି ପାଇବ ବୋଲି ଏକ ଡାଟାରୁ ଜଣାପଡ଼ିଛି । ତେବେ ଏଣିକି ସହଜରେ କ୍ୟାନସର ସେଲକୁ ଚିହ୍ନଟ କରାଯାଇ ପାରିବ । ବେଙ୍ଗାଲୁରୁ ସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସସି)ର ବୈଜ୍ଞାନିକମାନେ ଏ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛନ୍ତି ।

ବୈଜ୍ଞାନିକମାନେ ସୁନା ଓ କପର ସଲଫାଇଡରୁ ହାଇବ୍ରିଡ ନାନୋପାର୍ଟିକିଲ୍ସ ପ୍ରସ୍ତୁତ କରିଛନ୍ତି । ଏହା କ୍ୟାନସର ସେଲକୁ ନଷ୍ଟ କରିବା ସହିତ ବିଭିନ୍ନ ପ୍ରକାରର କର୍କଟକୁ ଚିହ୍ନଟ କରିପାରୁଛି । ଫୁସଫୁସ ଓ ଜରାୟୁ କ୍ୟାନସର ସେଲ ଉପରେ ଏହାକୁ ପରୀକ୍ଷଣ କରାଯାଇଛି । ପୂର୍ବରୁ କପର ସଲଫାଇଡକୁ କର୍କଟର ଡାଏଗ୍ନୋସିସ ପାଇଁ ବ୍ୟବହାର କରାଯାଉଥିଲା । ମାତ୍ର ଏବେ ସୁନାର ନାନୋପାର୍ଟିକିଲକୁ ରାସାୟନିକ ଭାବେ ପରିବର୍ତ୍ତନ କରି କ୍ୟାନସର ସେଲକୁ ଟାର୍ଗେଟ କରାଯାଇଥିଲା । ଫଳରେ ତାହା କର୍କଟ ବିରୋଧୀ ପ୍ରଭାବ ସୃଷ୍ଟି କରିପାରିଥିଲା ।

Get real time updates directly on you device, subscribe now.