fbpx

ବେଡରେ ବିଡ଼ା ବିଡ଼ା ନୋଟ୍, ସୁନା ଓ ରୂପା… ୪୧୭ କୋଟି ମୂଲ୍ୟର ସମ୍ପତ୍ତି ଜବତ କଲା ଇଡି, ଟାର୍ଗେଟରେ ବଲିଉଡ

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତା, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଏବଂ ମୁମ୍ବାଇ ସମେତ ମୋଟ ୩୯ ଟି ସ୍ଥାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଛି । ମହାଦେବ ଏପିପି ସହିତ ଜଡିତ ମନି ଲଣ୍ଡରିଂ ନେଟୱାର୍କ ବିରୋଧରେ ଇଡି ଏହି ଚଢ଼ାଉ କରିଛି । କୁହାଯାଉଛି ଯେ, ଇଡି ବହୁ ପରିମାଣର ପ୍ରମାଣ ସଂଗ୍ରହ କରିଛି । ବଡ କଥା ହେଉଛି ଏହି ଚଢ଼ାଉ ସମୟରେ ଇଡି ୪୧୭ କୋଟି ଟଙ୍କା ଜବତ କରିଛି ।

ଇଡି ଦ୍ୱାରା କରାଯାଇଥିବା ଯାଞ୍ଚରୁ ଜଣାପଡିଛି ଯେ, ମହାଦେବ ଅନଲାଇନ୍ ବୁକିଂ ଆପ୍ ବିଦେଶରୁ ପରିଚାଳିତ ହୋଇଥିଲା । ସରକାରୀ ସୂଚନା ଅନୁଯାୟୀ, ଏହି ଆପ୍ ସୌରଭ ଚନ୍ଦ୍ରକର ଏବଂ ରବି ଅପ୍ପଲ ପ୍ରମୋଟ କରୁଥିଲେ । ସଂଯୁକ୍ତ ଆରବ ଏମିରେଟ୍ସରୁ ଏହା ପରିଚାଳିତ ହୋଇଥିଲା । ବିଦେଶୀ ଆକାଉଣ୍ଟକୁ କଳ୍ପନା ଜରିଆରେ ଅର୍ଜିତ ଟଙ୍କା ପଠାଇବା ପାଇଁ ହାୱାଲା ଅପରେସନ୍ କରାଯାଇଥିଲା ।

କେବଳ ଏତିକି ନୁହେଁ, ୱେବସାଇଟକୁ ପ୍ରୋତ୍ସାହିତ କରିବା ପାଇଁ ବିପୁଳ ପରିମାଣର ବିଜ୍ଞାପନ ମଧ୍ୟ କରାଯାଇଥିଲା, ଯେଉଁଥିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା । ଭୋପାଳ, କୋଲକାତା, ମୁମ୍ବାଇ ଏବଂ ଅନ୍ୟାନ୍ୟ ସ୍ଥାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି । କୁହାଯାଉଛି ଯେ ଏହି ଚଢ଼ାଉରେ ଇଡି ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟ ଜବତ କରିଛି ।

ମହାଦେବ ଆପ୍ କେସ୍ କ’ଣ?

ମହାଦେବ ଆପ୍ ପ୍ରକୃତରେ ବେଆଇନ ବ୍ୟାଟିଂ ପାଇଁ ଏକ ଅନଲାଇନ୍ ପ୍ଲାଟଫର୍ମ ଯେଉଁଥିରେ କାର୍ଡ ଖେଳ, କ୍ରିକେଟ୍, ବ୍ୟାଡମିଣ୍ଟନ୍ ଖେଳାଯାଏ । ଏହି ଖେଳଗୁଡିକରେ ବେଟିଂ ବେଆଇନ ଭାବରେ କରାଯାଇଥାଏ । ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏହି ଆପ୍ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଥିଲା । କୁହାଯାଏ ଯେ, ଏହି ଆପର ନେଟୱାର୍କ କେବଳ ଭାରତରେ ନୁହେଁ ପଡୋଶୀ ଦେଶ ନେପାଳ ଏବଂ ବାଂଲାଦେଶରେ ମଧ୍ୟ ବ୍ୟାପିଛି ।

ଇଡିର ଟାର୍ଗେଟରେ ବଲିଉଡ :-

ବର୍ତ୍ତମାନ ବଲିଉଡର ଅନେକ ଭେଟେରାନ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଇଡି ଟାଗେର୍ଟରେ ଅଛନ୍ତି । ଏଥିରେ ଅଭିନେତା ଟାଇଗର ଶ୍ରଫ, ନେହା କକ୍କର, ସନ୍ନି ଲିଓନି, କୃଷ୍ଣ ଅଭିଷେକ, ରାହତ ଫତେହ ଅଲି ଖାନ, ବିଶାଲ ଦଦଲାନି ଏବଂ ଅନ୍ୟମାନେ ଅଛନ୍ତି । ଭାରତୀ ସିଂ, ନୁସରତ ଭରୁଚା, ଅତିଫ ଅସଲମଙ୍କ ନାମ ମଧ୍ୟ ତଦନ୍ତ ପରିସରକୁ ଆସୁଛି । କୁହାଯାଉଛି ଯେ ବଲିଉଡର ୧୪ ରୁ ଅଧିକ ନାମ ଇଡି ରାଡାରରେ ରହିଛି ।

Get real time updates directly on you device, subscribe now.