fbpx

ମୋଦୀଙ୍କ ଜନ୍ମଦିନରେ ରିଲିଜ ହେଲା ନୂଆ ଗୀତ, ରିଲିଜ କଲେ ଭୋଜପୁରୀ ଷ୍ଟାର ପବନ ସିଂ

ମୁମ୍ବାଇ : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ହେଉଛି ୭୩ ତମ ଜନ୍ମ ଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ରାଜନେତାମାନଙ୍କ ଠାରୁ ଆରମ୍ଭ କରି ବଲିଉଡର କଳାକାରମାନେ ଶୁଭେଚ୍ଛା ଜଣାଉଛନ୍ତି । ଏହାରି ମଧ୍ୟରେ ମୋଦୀଙ୍କ ପାଇଁ ଲେଖା ହୋଇଥିବା ଏକ ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଭୋଜପୁରୀ ଷ୍ଟାର ପବନ ସିଂ ରିଲିଜ କରି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଗୀତଟି ହେଉଛି “ହେ ଦେଶ ଦିୱାନା ମୋଦୀ କା” ।

ଭୋଜପୁରୀ ଫିଲ୍ମ ଲୋକ ଗାୟକ ଏବଂ ଆକ୍ଟର ପବନ ସିଂ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିଛନ୍ତି । ଏହି ଭିଡିଓ ରାତି ୧୨ଟାରେ ରିଲିଜ ହୋଇଥିଲା । ଏହି ମ୍ୟୁଜିକ ଭିଡିଓର ପୋଷ୍ଟରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ସହ ପବନ ସିଂଙ୍କ ପୋଷ୍ଟର ମଧ୍ୟ ରହିଛି । ଏହି ଗୀତକୁ ପବନ ସିଂହ ତାଙ୍କ ସ୍ୱରରେ ଗାଇଛନ୍ତି । ପବନ ସିଂ ତାଙ୍କ ସୋସିଆଲ ମିଡିଆରେ ଏହି ପୋଷ୍ଟର ସେୟାର କରିଥିଲେ ।

Get real time updates directly on you device, subscribe now.