fbpx

ଶରୀରରେ ୟୁରିକ୍ ଏସିଡ୍ ବୃଦ୍ଧି ସୃଷ୍ଟି କରିପାରେ ଭୟାନକ ସମସ୍ୟା, ଏହି ପତ୍ରର ସେବନ ଆପଣଙ୍କୁ ଦେବ ଆରାମ

ଶରୀରରେ ୟୁରିକ୍ ଏସିଡ୍ ବଢିଯିବା ଭୟାନକ ସାବ୍ୟସ୍ତ ହୋଇପାରେ । ଏହି କାରଣରୁ ଆଣ୍ଠୁଗଣ୍ଠି ସମସ୍ୟା, କିଡନୀ ସମସ୍ୟା ଓ ହୃଦରୋଗ ପରି ସମସ୍ୟା ବି ଦେଖାଦେଇଥାଏ । ଏହି କ୍ରମରେ ଆମେ ଆପଣଙ୍କୁ ୟୁରିକ୍ ଏସିଡର ସାମ୍ନା କରିବାକୁ ଏପରି କିଛି ପତ୍ର ବିଷୟରେ କହିବୁ ଯାହା ସେବନ କରି ଆପଣ ଏହି ରୋଗ ଉପରେ ନିୟନ୍ତ୍ରଣ ଆଣିପାରିବେ ।
କିଛି ବୃକ୍ଷଲତାର ପତ୍ରରେ ଏପରି ଔଷଧୀୟ ଗୁଣ ଭରି ରହିଛି ଯାହା ଖାଇବା ଦ୍ୱାରା ରକ୍ତ ଶର୍କରା ଠାରୁ ଆରମ୍ଭ କରି ୟୁରିକ ଏସିଡ୍ ପରି ଗମ୍ଭୀର ରୋଗରୁ ମୁକ୍ତି ମିଳିବ ।
ଧନିଆପତ୍ର ଖାଦ୍ୟର ସ୍ୱାଦ ବୃଦ୍ଧି କରିବା ସହିତ ଆପଣଙ୍କ ୟୁରିକ ଏସିଡ୍‌କୁ ବି ନିୟନ୍ତ୍ରଣ କରିଥାଏ । ଏଥିରେ ଇନଫ୍ଲେମେଟ୍ରୀ ଗୁଣ ଭରି ରହିଛି । ଫଳରେ ଏହା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରାମ ଦେଇଥାଏ ।
ପାନପତ୍ର ଚୋବାଇ ଖାଇବା ଦ୍ୱାରା ଶରୀରରେ ବୃଦ୍ଧି ପାଉଥିବା ପ୍ୟୁରିନ୍ ମାତ୍ରା ନିୟନ୍ତ୍ରଣକୁ ଆସିଥାଏ ଯଦ୍ଦ୍ୱାରା ୟୁରିକ ଏସିଡ୍ ସମସ୍ୟାରୁ ମୁକ୍ତି ମିଳିଥାଏ । ପାନପତ୍ର ଖାଇବା ଦ୍ୱାରା ବିଷାକ୍ତ ପଦାର୍ଥ ସହଜରେ ବାହାରକୁ ଆସିଥାଏ ।
ସଜନାପତ୍ର ଖାଇବା ଦ୍ୱାରା ମଧ୍ୟ ଆପଣଙ୍କ ଶରୀରରେ ୟୁରିକ୍ ଏସିଡ୍ ନିୟନ୍ତ୍ରଣକୁ ଆସିଥାଏ । ଏହା ବ୍ୟତିତ ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ମଧ୍ୟ ଏହି ସମସ୍ୟା ନିୟନ୍ତ୍ରଣକୁ ଆସିଥାଏ । ପୁଦିନା ପତ୍ର ମଧ୍ୟ ୟୁରିକ୍ ଏସିଡ୍ କମ୍ କରିବାରେ ସହାୟକ ହୋଇଥାଏ ।
କିପରି କରିବେ ସେବନ:
ଉପରେ ଉଲ୍ଲେଖ କରାଯାଇଥିବା କୌଣସି ବି ତାଜାପତ୍ରକୁ ନେଇ ତାହାକୁ ରାତିସାରା ଭିଜାଇ ରଖନ୍ତୁ । ସକାଳୁ ସକାଳୁ ପାଣିରୁ ବାହାର କରି ତାହାକୁ ଗ୍ରାଇଣ୍ଡରରେ ପେଶି ଦିଅନ୍ତୁ । ଏବେ ଏହି ପେଷ୍ଟକୁ ଏକ ଗ୍ଲାସ ପାଣିରେ ସେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ତାହା ଅଧା ହୋଇ ନ ଯାଇଛି । ଏହାପରେ ତାହାକୁ ଥଣ୍ଡା କରି ପିଅନ୍ତୁ ।

Get real time updates directly on you device, subscribe now.