fbpx

BMC କାର୍ଯ୍ୟାଳୟ ଘେରିଲେ ବସ୍ତି ଲୋକ : ଆଲୋଚନା ପାଇଁ ଡାକିଲେ ମେୟର

ଭୁବନେଶ୍ୱର : ଆବାସ ଯୋଜନାକୁ ନେଇ ବସ୍ତିର ଲୋକେ ମେୟରଙ୍କ ସାମ୍ନାରେ ଅଭିଯୋଗ ରଖିଛନ୍ତି । ଆବାସ ଯୋଜନା ପାଇବାରୁ ବଞ୍ଚିତ ଅଭିଯୋଗ ନେଇ ପ୍ରାୟ ୫୦ ପରିବାରର ଲୋକେ BMC କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ସ୍ଥିତ ମଣ୍ଡପ ୯ନଂ ୱାର୍ଡର ପ୍ରାୟ ୫୦ରୁ ଅଧିକ ପରିବାରର ଲୋକ BMC କାର୍ଯ୍ୟାଳୟକୁ ଘେରିଛନ୍ତି । ଆବାସ ଯୋଜନା ସର୍ଭେ ତେଲିକାରେ ୪୦୦ ପରିବାରର ନାମ ଆସିଥରବା ବେଳେ, ମାତ୍ର ୧୫୦ରୁ ଉର୍ଦ୍ଧ୍ୱ ପରିବାର ଘର ପାଇଥିଲେ । କିନ୍ତୁ ପ୍ରାୟ ୨୫୦ ପରିବାର ଘର ପାଇବାରୁ ବଞ୍ଚିତ ହୋଇଥିଲେ । ଏହାକୁ ନେଇ ବସ୍ତିର ଲୋକେ କାର୍ଯ୍ୟାଳୟ ସାମ୍ନାରେ ପାଟିତୁଣ୍ଡ କରିଛନ୍ତି । ଏହା ଦେଖି ମେୟର ଏହି ବିଷୟରେ ଆଲୋଚନା କରିବା ପାଇଁ ବସ୍ତିର ଲୋକଙ୍କୁ ଡକାଇଲେ ।

Get real time updates directly on you device, subscribe now.