fbpx

ଭାରତୀୟ ସ୍ଥଳସେନାରେ ସାମିଲ ହେଲା ‘ପ୍ରଳୟ’, ଆତଙ୍କବାଦୀଙ୍କ ଲାଗି ସାକ୍ଷାତ ଯମ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ସ୍ଥଳ ସେନା ଲାଗି ପ୍ରଥମ ପ୍ରଳୟ ଟାକ୍ଟିକାଲ କ୍ଷେପଣାସ୍ତ୍ର ନିର୍ମାଣ ଲାଗି ଅନୁମତି ଦେଇ ଦେଇଛନ୍ତି । ଏହା କ୍ଷେପଣାସ୍ତ୍ର ନୁହେଁ ଆତଙ୍କବାଦୀଙ୍କ ଲାଗି ସାକ୍ଷାତ ଯମ । ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ୍‌ରେ ଏହା ପ୍ରଳୟ ରଚିବ । ଏହି କ୍ଷେପଣାସ୍ତ୍ର ଜରିଆରେ ଭାରତୀୟ ସେନା ଏହାର ରକେଟ୍ ଫୋର୍ସକୁ ଅଧିକ ମଜଭୁତ କରିବାକୁ ଯାଉଛି ।

ଗତ ବର୍ଷ ଡିସେମ୍ବରରେ ହିଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ଲାଗି ପ୍ରଳୟ କ୍ଷେପଣାସ୍ତ୍ରର ଏକ ୟୁନିଟ୍‌କୁ କ୍ଲିଅରାନ୍ସ ଦେଇଥିଲା । ଏହି କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଆକାଶ ଓ ଭୂପୃଷ୍ଠରୁ ଭୂପୃଷ୍ଠକୁ ଟାର୍ଗେଟ କରିବାରେ ସକ୍ଷମ । ଏହାର ରେଞ୍ଜ ୧୫୦ରୁ ୫୦୦ କିଲୋମିଟର ମଧ୍ୟରେ ରହିଛି । ଏହି କ୍ଷେପଣାସ୍ତ୍ରର ଆଇଡିଆ ସ୍ଥଳସେନାର ପୂର୍ବତନ ମୁଖ୍ୟ ବିପିନ ରାୱତ ହିଁ ଦେଇଥିଲେ ।

ପ୍ରଳୟର ସ୍ପିଡ୍ ଘଣ୍ଟା ପ୍ରତି ୧୨୦୦ କିଲୋମିଟର ରହିବ । କିନ୍ତୁ ଏହା ବୃଦ୍ଧି ପାଇ ଘଣ୍ଟା ପ୍ରତି ୨୦୦୦କିଲୋମିଟର ହୋଇପାରିବ । ଚୀନ୍ ପାଖରେ ଏହି ପ୍ରକାରର ଡୋଙ୍ଗଫେଙ୍ଗ-୧୨ ମିସାଇଲ ରହିଛି । ସେହିପରି ପାକିସ୍ତାନ ନିକଟରେ ଗଜନବୀ, ଏମ୍ ୧୧(ଚୀନ୍ ଠାରୁ ପ୍ରାପ୍ତ) ଓ ଶାହୀନ ମିସାଇଲ୍ ରହିଛି ।

Get real time updates directly on you device, subscribe now.