fbpx

ଚେକିଂ ସମୟରେ ବଡ଼ ଦୁର୍ଘଟଣା : ପୋଲିସ କନଷ୍ଟେବଲଙ୍କୁ ଚାପି ଦେଲା ଟ୍ରକ

ଉଦୟପୁର : ଦିନକୁ ଦିନ ଦୁର୍ଘଟଣାର ମାମଲା ବଢିବାରେ ଲାଗିଛି । ଏନେଇ ଲୋକଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଗଲାଣି । ଏଭଳି ଏକ ହୃଦୟ ବିଦାରକ ଘଟଣା ରାଜସ୍ଥାନର ଉଦୟପୁରରୁ ସାମ୍ନାକୁ ଆସିଛି । ଏଠାରେ ଗୋଟିଏ ଟ୍ରକ ରାଜରାସ୍ତା ଉପରେ ପୋଲିସ କନଷ୍ଟେବଲଙ୍କୁ ଚାପି ଦେଇଛି । ଚେକିଂ ସମୟରେ ପୋଲିସ କନଷ୍ଟେବଲ ଟ୍ରକକୁ ଅଟକାଇବା ପାଇଁ ଚେଷ୍‌ଟା କରିଥିବା ବେଳେ ଘଟିଥିଲା ଏଭଳି ଦୁର୍ଘଟଣା ।

ସୂଚନା ଅନୁସାରେ , ଅହମ୍ମଦାବାଦ-ଉଦୟପୁର ପୋଲିସ ଷ୍ଟେସନ ନିକଟରେ ରାଜରାସ୍ତରେ ଚେକିଂ ଚାଲିଥିଲା । ସେହି ସମୟରେ ଗୋଟିଏ ଟ୍ରକ ଅହମ୍ମଦାବାଦରୁ ଉଦୟପୁର ଆଡକୁ ଆସୁଥିଲା । ଏହି ଚେକିଂ ସମୟରେ କନଷ୍ଟେବଲଙ୍କ ରାଜରାସ୍ତା ଉପରେ ଡିୟୁଟି ଚାଲିଥିଲା । ସେହି ସମୟରେ ଦୁର୍ଘଟଣାଟି ହୋଇଥିଲା । କୁହାଯାଉଛି ଯେ, ଟ୍ରକରେ କ’ଣ ଜିନିଷ ଥିଲା ସେ କଥା ଏ ପର୍ଯ୍ୟନ୍ତ କାହାରି ପାଖରେ କୌଣସି ସୂଚନା ନାହିଁ, କିନ୍ତୁ ଟ୍ରକରେ ବେଆଇନ ସାମଗ୍ରୀ ଥିବାରୁ ଟ୍ରକ ଡ୍ରାଇଭର ପୋଲିସ କନଷ୍ଟେବଲଙ୍କୁ ଚାପି ଦେଇଥିବାର ଜଣାପଡିଛି ।

ପରବର୍ତ୍ତୀ ସମୟ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା । ଏହାପରେ ଗାଁ ଲୋକେ ଜବରଦସ୍ତ ହଙ୍ଗାମା କରିଥିଲେ । ବର୍ତ୍ତମାନ ପୋଲିସ ସର୍ବ ପ୍ରଥମେ ଟ୍ରକ ଡ୍ରାଇଭରକୁ ଗିରଫ କରିବା ପାଇଁ ଚେଷ୍ଟା କରୁଛି । ଯାହାଦ୍ୱାରା ଜଣା ପଡିବ ଯେ, ଡ୍ରାଇଭର ଏପରି କ’ଣ ପାଇଁ କରିଲା କିମ୍ବା ଏହି ଘଟଣା ଦୁର୍ଘଟଣାରେ ଘଟିଛି ।

Get real time updates directly on you device, subscribe now.