fbpx

OSSSCରେ ପୁଣି ନିଯୁକ୍ତି ସୁଯୋଗ: ୯୦୦ରୁ ଅଧିକ ପଦ ପାଇଁ ବାହାରିଲା ବିଜ୍ଞାପନ

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ନିକଟରେ ୩୦୦ରୁ ଅଧିକ ପଦ ପାଇଁ ନିଯୁକ୍ତି ସୁଯୋଗ ଆସିଥିବା ବେଳେ ଆଜି ପୁଣି ୯୦୦ରୁ ଅଧିକ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଲାବୋରେଟୋରୀ ଟେକ୍ନିସିଆନ ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀ ବିଜ୍ଞାନରେ ଯୁକ୍ତଦୁଇ ପାସ କରିବା ସହିତ ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜିରେ ଡିପ୍ଲୋମା କରିଥିବା ଆବଶ୍ୟକ ।

ମୋଟ ୯୨୧ଟି ପଦ ପାଇଁ ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଏସସି, ଏସଟି, ଓବିସି ଆଦି ବର୍ଗର ପ୍ରାର୍ଥୀଙ୍କ ପାଇଁ ୫ ବର୍ଷର ବୟସ କୋହଳ କରାଯିବ ।

ଇଚ୍ଛୁକ ପ୍ରାର୍ଥୀ ସେପ୍ଟେମ୍ବର ମାସ ୨୧ରୁ ଅକ୍ଟୋବର ମାସ ୧୫ ତାରିଖ ମଧ୍ୟରେ ଅନଲାଇନରେ ରେଜିଷ୍ଟ୍ରେସନ କରିପାରିବେ । ଅକ୍ଟୋବର ମାସ ୨୦ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ପ୍ରତ୍ୟେକ ଜିଲ୍ଲାରେ ଲିଖିତ ପରୀକ୍ଷା ଆୟୋଜନ କରାଯିବ । ଲିଖିତ ପରୀକ୍ଷାର ତାରିଖ, ସମୟ ଓ ଭେନ୍ୟୁ ବାବଦରେ ପରେ ଆଡମିଶନ ଲେଟର ମାଧ୍ୟମରେ ସୂଚିତ କରାଯିବ । ପରୀକ୍ଷା ଆସନ୍ତା ନଭେମ୍ବର ମାସରେ ହେବାର ସମ୍ଭାବନା ରହିଛି । ପ୍ରାର୍ଥୀମାନେ ମୋଟ ୧୦୦ ମାର୍କର ପରୀକ୍ଷା ୨ ଘଣ୍ଟା ମଧ୍ୟରେ ଦେବେ । ଏଥିରେ ପ୍ରତି ପ୍ରଶ୍ନ ପିଛା ୦.୨୫ ମାର୍କର ନେଗେଟିଭ୍ ମାର୍କିଂ ବ୍ୟବସ୍ଥା ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: Available on 21.09.2023

ନୋଟିଫିକେସନ ଲିଙ୍କ: https://www.osssc.gov.in/Docs/LT-Adv-709.PDF

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.osssc.gov.in/Public/OSSSC/Default.aspx

Get real time updates directly on you device, subscribe now.