fbpx

ଲଞ୍ଚ ହୋଇପାରେ ସାମସଙ୍ଗ ଗ୍ୟାଲେକ୍ସିର ସ୍ମାର୍ଟ ରିଙ୍ଗ, ଜାଣନ୍ତୁ କେବେ ହେବ ଲଞ୍ଚ

ସାମସଙ୍ଗ ଖୁବଶିଘ୍ର ମାର୍କେଟରେ ନୂଆ ପ୍ରଡକ୍ଟ ଲଞ୍ଚ କରିବାକୁ ଯାଉଛି । ଗତ କିଛି ମାସତଳେ ସୂଚନା ମିଳିଥିଲା କମ୍ପାନୀ ଏହି ସ୍ମାର୍ଟ ରିଙ୍ଗ ଉପରେ କାମ ଆରମ୍ଭ କରିଛି । ଏହି ରିଙ୍ଗ ନିର୍ମାଣ ହେଉଛି ବୋଲି ଅନେକ ସୂଚନା ଲିକ ମଧ୍ୟ ହୋଇଛି । ତେବେ ସେହି ମିଳିଥିବା ସୂଚନା ଅନୁସାରେ ସାମସଙ୍ଗ ଏହି ରିଙ୍ଗକୁ “ସାମସଙ୍ଗ ଗ୍ୟାଲେକ୍ସି” ନାରେ ଲଞ୍ଚ କରିବାକୁ ଯାଉଛି । ଲୋକମାନଙ୍କୁ ଏଥିରେ ଅନେକ ପ୍ରକାର ଫିଚର ମିଳିବ । କିନ୍ତୁ କମ୍ପାନୀ ଏହା ଉପରେ କୌଣସି ସୂଚନା ଦେଇ ନାହିଁ ।

ଏହି ରିଙ୍ଗକୁ ୨୦୨୪ ମସିହାରେ ଲଞ୍ଚ କରାଯାଇ ପାରେ ବୋଲି ସୂଚନା ମିଳିଛି । କମ୍ପାନୀ କିଛି ଦିନ ପୂର୍ବରୁ ସାଉଥ କୋରିଆରେ ହୋଇଥିବା ଏକ ଫୋରମ ମିଟିଙ୍ଗରେ ଏହି ରିଙ୍ଗର ଡିଜାଇନ ବିଷୟରେ କିଛି ସୂଚନା ଲିକ କରିଥିଲେ । ଏହି ରିଙ୍ଗର ଫିଚର ବିଷୟରେ ମଧ୍ୟ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଏହି ରିଙ୍ଗରେ ସ୍ମାଟ ୱାଚ ସହିତ ଅଧିକ ହେଲଥ ଫିଚର ମଧ୍ୟ ମିଳିବ । ତେବେ ଏହି ରିଙ୍ଗ ସ୍ମାର୍ଟ ୱାଚ ଠାରୁ ବହୁତ ଭଲ । କିନ୍ତୁ ଏବେ ପର୍ଯ୍ୟନ୍ତ ଏହାର ମୂଲ୍ୟ ଧାର୍ଯ୍ୟ କରାଯାଇ ନାହିଁ । ଅନୁମାନ କରାଯାଉଛି ଏହି ରିଙ୍ଗର ମୂଲ୍ୟ ୨୫ ହଜାର ପାଖାପାଖି ରହିବ ।

Get real time updates directly on you device, subscribe now.