fbpx

ଆସାମରେ କର୍ଫ୍ୟୁ କୋହଳ, କିନ୍ତୁ ଇଣ୍ଟରନେଟ୍ ଏବେବି ବନ୍ଦ

ଗୁଆହାଟୀ,୧୪ ।୧୨: ନାଗରିକତା ସଂଶୋଧନ ବିଲ୍ ବିରୋଧରେ ଆସାମ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଆସାମ, ତ୍ରିପୁରାରେ ସେନା ଛାଉଣି ହୋଇ ରହିବା ସହିତ କର୍ଫ୍ୟୁ ବି ଲାଗୁ ହୋଇଛି । ପରିସ୍ଥିତିରେ ହାଲକା ସୁଧାର ଆସିବାରୁ ଆସାମର ଗୁଆହାଟୀ ଓ ଦିବ୍ରୁଗଡରେ କର୍ଫ୍ୟୁ କୋହଳ କରାଯାଇଛି । ଗୁଆହାଟୀରେ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ କର୍ଫ୍ୟୁ କୋହଳ କରାଯାଇଥିବା ବେଳେ ଦିବ୍ରୁଗଡରେ ସକାଳ ୮ଟାରୁ ଦିନ ୨ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । କିନ୍ତୁ ଇଣ୍ଟରନେଟ୍ ଓ ମେସେଜ ସୁବିଧା ଏବେବି ବନ୍ଦ ରଖିଛି ।

ଉଲ୍ଲେଖଯୋଗ୍ୟ ଯେ, ନାଗରିକତା ସଂଶୋଧନ ବିଲ ଲୋକସଭାରେ ବହୁ ମତରେ ପାରିତ ହେବା ପରେ ରାଜ୍ୟସଭାରେ ମଧ୍ୟ ବହୁ ତର୍କ ବିତର୍କରେ ପରେ ମଧ୍ୟ ବିଲଟି ପାସ ହୋଇଥିଲା । ଗତକାଲି ମଧ୍ୟ ନାଗରିକତା ସଂଶୋଧନ ବିଲ ଉପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମୋହର ମାରିବା ପରେ ତାହା ଆଇନରେ ପରିଣତ ହୋଇଯାଇଛି । ଏନେଇ କେତେକ ଜାଗାରେ ଅସନ୍ତୋଷ ସହ ଅଶାନ୍ତି ମଧ୍ୟ ଦେଖା ଦେଇଛି । ଏହି ବିଲ୍ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ୍, ଖ୍ରୀଷ୍ଟିଆନ, ପାର୍ସୀ ଓ ଜୈନ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । କିନ୍ତୁ ସେଥିରେ ମୁସଲିମ ମାନଙ୍କୁ ନାଗରିକତା ଦିଆଯିବ ନାହିଁ ।

Get real time updates directly on you device, subscribe now.