ହୀରାକୁଦରେ ଖୋଲିଲା ମୋଟ ୨୨ଟି ଗେଟ

ସମ୍ବଲପୁର : ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର । ଉପରମୁଣ୍ଡରେ ବର୍ଷା ହେବାରୁ ବଢୁଛି ଜଳସ୍ତର । ଯାହାକୁ ଦୃଷ୍ଟିରେ ରଖି ପୁଣି ଗେଟ ଗୁଡିକ ଖୋଲା ଯାଇଛି । ତେବେ ଏହି ଗେଟ ଗୋଟିଏ ଦିନ ପୂର୍ବରୁ ବନ୍ଦ କରାଯାଇଥିଲା । ଗତ କାଲି ୬ ଟି ଗେଟ ଖୋଲିଥିବା ବେଳେ ଆଜି ସକାଳେ ୧୦ ଟି ଗେଟ ଖୋଲା ଯାଇଥିଲା ଏବଂ ଅପରାହ୍ନରେ ପୁଣି ୬ଟି ଗେଟ ଖୋଲା ଯାଇଛି ।

ଯାହା ଫଳରେ ୨୨ଟି ଗେଟ ଖୋଲିଛି । ଏବେ ୨୨ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ବାମ ପାଶ୍ୱର୍ରେ ୧୪ ଟି ଓ ଡାହାଣ ପାଶ୍ୱର୍ରେ ୮ଟି ଗେଟ ଖୋଲିଛି । ଉପରମୁଣ୍ଡରେ ଜଳସ୍ତର ବଢୁଥିବାରୁ ଏହି ଗେଟ ଖୋଲା ଯାଉଛି । ତେବେ ଡ୍ୟାମରେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୭ ହଜାର ୪୯୪ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିଲା ।