fbpx

ଅଳ୍ପ ବୟସରେ ବନ୍ଦ ହୋଇପାରେ ପିରିୟଡ଼୍! ମହିଳାମାନେ ଏହି ସମସ୍ୟାକୁ କରନ୍ତୁନି ଅଣଦେଖା

ମହିଳାମାନଙ୍କ ପାଇଁ ମାସିକ ଋତୁସ୍ରାବକୁ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ମାସିକ ୠତୁସ୍ରାବ ସଠିକ୍ ଭାବେ ନହୁଏ ତେବେ ପିସିଓଏସ ପରି ସମସ୍ୟା ହୋଇପାରେ, ଯାହାକୁ ଅଣଦେଖା କରିବା ଅନେକ ବଡ଼ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଯାଏ ।

ଝିିଅମାନଙ୍କ ପିରିୟଡ଼୍ ସାଧାରଣତଃ ୧୨ ରୁ ୧୪ ବର୍ଷ ମଧ୍ୟରେ ଆରମ୍ଭ ହୁଏ । ସେହିପରି ମେନୋପୋଜର ( ପିରିୟଡ଼୍ ସମ୍ପୂର୍ଣ୍ଣ ବନ୍ଦ ହେବାର ଅବସ୍ଥା) ବୟସ ୪୬ ବର୍ଷରୁ ନେଇ ୫୦ -୫୫ ମଧ୍ୟରେ ବିବେଚନା କରାଯାଏ, କିନ୍ତୁ କିଛି ଅଧ୍ୟୟନ କହୁଛି ଯେ, ପ୍ରିମେନଷ୍ଟ୍ରୁଆଲ୍ ସିଣ୍ଡ୍ରୋମ ହେତୁ ନିର୍ଦ୍ଦିଷ୍ଟ ବୟସ ପୂର୍ବରୁ ପିରିୟଡ଼୍ ବନ୍ଦ ହେବାର ସମସ୍ୟା ହୋଇପାରେ ।

ପ୍ରିମେନଷ୍ଟ୍ରୁଆଲ୍ ସିଣ୍ଡ୍ରୋମର ଲକ୍ଷଣ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ଅନ୍ୟଥା ଏହି ସମସ୍ୟା ଭବିଷ୍ୟତରେ ଅନେକ ସମସ୍ୟା ସୃଷ୍ଟି କରିପାରେ ଏବଂ ମହିଳାମାନଙ୍କଠାରେ ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ବଢ଼ିଥାଏ ।

ପ୍ରିମେନଷ୍ଟ୍ରୁଆଲ୍ ସିଣ୍ଡ୍ରୋମର କାରଣ କ’ଣ?

ଯଦିଓ ଏହାର କାରଣ ଉପରେ ଅଧିକ ସଠିକ୍ ରିସର୍ଚ୍ଚ ନାହିଁ, ମହିଳାମାନଙ୍କ ମଧ୍ୟରେ ପ୍ରିମେନଷ୍ଟ୍ରୁଆଲ୍ ସିଣ୍ଡ୍ରୋମ ମଧ୍ୟରେ ସମ୍ପର୍କ ଜୈବିକ ଏବଂ ମାନସିକ ହୋଇପାରେ । ଏହି ସମସ୍ୟା ସାଧାରଣତଃ ୨୦ ରୁ ୪୦ ବର୍ଷ ବୟସର ମହିଳାମାନଙ୍କଠାରେ ଦେଖାଯାଏ, ଯେଉଁମାନେ ମାଆ ହୋଇଗଲେ କିମ୍ବା ସେମାନଙ୍କ ପରିବାରରେ ଉଦାସୀନତାର ହିଷ୍ଟ୍ରି ଥାଏ ।

ପ୍ରିମେନଷ୍ଟ୍ରୁଆଲ୍ ସିଣ୍ଡ୍ରୋମ ଯଥା ପିଏସଏସର ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ :-
ପିଏସଏସ ସମସ୍ୟା କ୍ଷେତ୍ରରେ କେବଳ ଶାରୀରିକ ନୁହେଁ ମାନସିକ ସମସ୍ୟା ମଧ୍ୟ ଦେଖାଯାଏ । ଏହି ସିଣ୍ଡ୍ରୋମରେ ଆଣ୍ଠୁ ଏବଂ ପାଦରେ ଯନ୍ତ୍ରଣା, ପିଠି ଯନ୍ତ୍ରଣା, ତଳ ପେଟରେ କଷ୍ଟ, ବ୍ରଣ, ଓଜନ ବୃଦ୍ଧି ଭଳି ସମସ୍ୟା ଦେଖାଯାଇପାରେ । ସେହି ସମୟରେ ବିଚଳିତ, ଭୁଲିବାର ସମସ୍ୟା, କ୍ରୋଧ, ଚିଡ଼ଚିଡ଼ାପଣ ଅର୍ଥାତ୍ ମୁଡ଼୍ ସୁଇଙ୍ଗସ୍ ଭଳି ମାନସିକ ଲକ୍ଷଣ ଦେଖାଯାଏ ।

କିପରି ବର୍ତ୍ତିବେ :-

ଯଦିଓ ପ୍ରିମେନଷ୍ଟ୍ରୁଆଲ୍ ସିଣ୍ଡ୍ରୋମ ପାଇଁ କୌଣସି ଫିଜିକାଲ ଏଗ୍ଜାମିନେସନ୍ ଟେଷ୍ଟ ନାହିଁ, କିନ୍ତୁ ଏହି ଲକ୍ଷଣ ଏବଂ ରୋଗୀର ଚିକିତ୍ସା ହିଷ୍ଟ୍ରି ଚିହ୍ନଟ କରି ଏହି ରୋଗ ଚିହ୍ନଟ ହୋଇପାରିବ । ପିଏସଏସରୁ ବର୍ତ୍ତିବା ବିଷୟରେ କହିବାକୁ ଗଲେ, ନ୍ୟୁଟ୍ରିସନ୍ ପରାମର୍ଶ ଅନୁଯାୟୀ ଖାଦ୍ୟରେ ପରିବର୍ତ୍ତନ କରିବା ଏବଂ କିଛି ସପ୍ଲିମେଣ୍ଟ ମଧ୍ୟ ଗ୍ରହଣ କରିବା ଭଲ । ଏହା ବ୍ୟତୀତ ଖାଦ୍ୟରେ ଅଧିକ ଲୁଣ, ଚିନି, କଫିନ୍ ଏବଂ ମଦ୍ୟପାନ କମାଇବା ଉଚିତ୍ ।

Get real time updates directly on you device, subscribe now.